ରାଉରକେଲା : ପତ୍ନୀ ଓ ଶ୍ବଶୁର ଘର ଲୋକଙ୍କ ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ । ରାଉରକେଲା ସ୍ବାମୀ ବିବେକାନନ୍ଦପାଲି ବସ୍ତିରେ ଘଟିଛି ଏଭଳି ଘଟଣା । ମୃତ୍ୟୁ ପୂର୍ବରୁ ଏଭଳି ଖୁଲାସା କରିଥିଲେ ଯୁବକ । ଅଭିଯୋଗ ଅନୁସାରେ ବିକାଶଙ୍କ ପତ୍ନୀ ଓ ଶ୍ବଶୁର ଘର ଲୋକ ତାଙ୍କ ବିରୋଧରେ ମିଛ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏନେଇ ଥାନାରେ ମାମଲା ହେବା ସହିତ ସ୍ତ୍ରୀ ତାଙ୍କ ବାପଘରକୁ ଚାଲି ଯାଇଥିଲେ । ତେବେ ନିଜ ଝିଅକୁ ଦେଖିବାକୁ ବିକାଶ ଯାଇଥିବା ବେଳେ ଶ୍ବଶୁର ଘର ଲୋକ ଝିଅକୁ ଦେଖାଇ ଦେଇନଥିଲେ । ଓଲଟି ପୁଣି ଥାନାରେ ନିର୍ଯାତନା ମାମଲା ରୁଜୁ କରିଥିଲେ । ଏନେଇ ପୋଲିସ ପକ୍ଷରୁ ତାଙ୍କୁ ଥାନାକୁ ଡକାଯାଇଥିଲା । ସେଠାରେ ଜଣେ ପୋଲିସ କର୍ମଚାରୀ ବିକାଶଙ୍କୁ ମାଡ଼ ମାରିଥିଲେ । ଅପମାନ ସହିନପାରି ବିକାଶ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି ପୋଲିସ ।
BREAKING NEWS
- ବେକରେ ବିରଳ ସାପ ଧରି ବୁଲୁଥିଲେ ଯୁବକ, ଖାଇଲେ ଚୋଟ
- ଜାନୁଆରୀ ୯ରୁ ଭୁବନେଶ୍ୱରରେ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ
- ବିଦେଶୀ ଶିକ୍ଷାର୍ଥୀଙ୍କୁ ଆକୃଷ୍ଟ କରିବାରେ କିଟ୍ ଦେଶର ୫ମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ
- Scbରେ ଅଘଟଣ; ସିଲିଂ ଖସି ରୋଗୀ ଆହତ
- paddy collection: କାଲିଠୁ ସ୍ବାଭାବିକ ହେବ ମଣ୍ଡିରୁ ଧାନ ଉଠାଣ; ସର୍ତ୍ତମୂଳକ ଭାବେ ଆନ୍ଦୋଳନରୁ ଓହରିଲା ମିଲର୍ସ ସଂଘ
- ମୋଦିଙ୍କ ସହ କଥା ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ; ଏସବୁ ବିଷୟରେ କଲେ ଚର୍ଚ୍ଚା…
- ଏହି ଦିନ ବିବାହ କରିବେ ଅର୍ଜୁନ ତେନ୍ଦୁଲକର
- Katrina Vicky First Baby Photo: ୨ ମାସ ପରେ, ପ୍ରଥମ ଫଟୋ ସହ ପୁଅର ନାଁ ରିଭିଲ୍ କଲେ ଭିକି ଏବଂ କ୍ୟାଟ୍ରିନା…
- ନବୋଦୟ ବିଦ୍ୟାଳୟ ଜଣ୍ଡିସ ବ୍ୟାପିବା ଘଟଣା;ଆସନ୍ତା ୧୪ ତାରିଖ ଯାଏଁ ସ୍କୁଲ ଛୁଟି
- ହୀରାକୁଦରେ ଚାଲିଛି ପକ୍ଷୀ ଗଣନା, ୧୮ରେ…
Comments are closed.