Latest Odisha News

BREAKING NEWS

ଏଟିଏମ୍ ଲୁଟେରା ଗ୍ୟାଙ୍ଗ ସହ ମାଷ୍ଟରମାଇଣ୍ଡକୁ ମାଡିବସିଲା ବରଗଡ ପୋଲିସ

ବରଗଡ: ଏଟିଏମ୍ ଲୁଟେରା ଗ୍ୟାଙ୍ଗକୁ ନେଇ ଅତିଷ୍ଠ ହୋଇପଡିଥିଲେ ବରଗଡ ବାସିନ୍ଦା । ଚିନ୍ତାରେ ପଡିଥିଲେ ପୋଲିସ ପ୍ରଶାସନ । ଶେଷରେ ତଦନ୍ତକାରୀ ଟିମକୁ ମିଳିଛି ବଡ ସଫଳତା । ଏଟିଏମ୍ ଲୁଟେରା ଗ୍ୟାଙ୍ଗ ସମେତ ମାଷ୍ଟରମାଇଣ୍ଡକୁ ଧରିବାରେ ସଫଳ ହୋଇଛି ବରଗଡ ପୋଲିସ ।

ବରଗଡ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏଟିଏମ୍ ଲୁଟେରାଙ୍କୁ ଧରିବା ପାଇଁ ଗଠନ ହୋଇଥିଲା ଦୁଇଟି ସ୍ୱତନ୍ତ୍ର ଟିମ୍ । ଆଜି ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଛତାପଥର ଛକ ନିକଟରେ ଏଟିଏମ୍ ଲୁଟେରା ଗ୍ୟାଙ୍ଗର ଦୁଇଜଣ ସଦସ୍ୟଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିଲା । ଅନ୍ୟପଟେ ଦୁଇ ଲୁଟେରା ଘଟଣାସ୍ଥଳରୁ ଖସି ପଳାଇଥିଲେ ।

ଗିରଫ ଲୁଟେରାଙ୍କଠାରୁ ଉତ୍ତରପ୍ରଦେଶର ନମ୍ବର ଥିବା ଏକ ଚାରିଚକିଆ ଗାଡି, ନଗଦ ଲକ୍ଷେ ୨୦ ହଜାର ଟଙ୍କା, ୩ଟି ମୋବାଇଲ, ଗୋଟିଏ ଭୂଜାଲି, ଗୋଟିଏ ଛୁରୀ ଓ ଏଟିଏମ୍ ଭଙ୍ଗାରୁଜା ପାଇଁ ବ୍ୟବହୃତ ହେଉଥିବା ଅନ୍ୟାନ୍ୟ ସମଗ୍ରୀ ଜବତ ହୋଇଛି । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ବରପାଲି ଥାନାରେ ମାମଲା ରହିଛି । ତେବେ ଖାଲି ବରଗଡ ନୁହେଁ ବରଂ ରାଜ୍ୟର ଅନ୍ୟ ଜିଲ୍ଲାରେ ମଧ୍ୟ ଲୁଟେରାମାନେ ଏଟିଏମ୍ ଲୁଟ୍ କରିଥିବା ଆରକ୍ଷୀ ଅଧିକ୍ଷକ ରାହୁଲ ଜେନା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.