Latest Odisha News

BREAKING NEWS

କଞ୍ଚା ଚିକେନ ଖାଇ ଖାଇ ଖାଲି ପାଦରେ ମଲ ବୁଲିଲେ ଯୁବକ

ଅଷ୍ଟ୍ରେଲିଆ: ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏପରି ଅଦ୍ଭୁତ କାର୍ଯ୍ୟ କରି ବସନ୍ତି ଯାହାକୁ ଲୋକେ ଦେଖନ୍ତି କି ଶୁଣନ୍ତି ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏବେ ଅଷ୍ଟ୍ରେଲିଆର ଜଣେ ଯୁବକଙ୍କର କିଛି ଫଟୋ ଭାଇରାଲ ହେବାରେ ଲାଗିଛି,ଯେଉଁଥିରେ ସେ ଏମିତି ଅଦ୍ଭୁତ କାର୍ଯ୍ୟ କରିଛନ୍ତି ଯେ ଆପଣ ଏହାକୁ ଦେଖି ଘୃଣା କରିବେ ।

ଅଷ୍ଟ୍ରେଲିଆର ଆଡିଲେଡରେ ଥିବା ୱେଷ୍ଟଫିଲ୍ଡ ମାରିଅନ୍ ନାମକ ଏକ ମଲ୍‌ରେ ଜଣେ ଯୁବକ ବୁଲୁ୍‌ଥିବାର ନଜର ଆସିଛନ୍ତି । ଏହି ଯୁବକଙ୍କ ଦୁଇଟି ଫଟୋ ସେୟାର କରାଯାଇଛି, ଯାହା ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାକୁ ଆସିଛି । । କାରଣ ସେ କୌଣସି ଜୋତା ପିନ୍ଧିନାହାନ୍ତି । ଖାଲି ପାଦରେ ମଲରେ ବୁଲୁଛନ୍ତି । ତାହାସହିତ ହାତରେ କଞ୍ଚା ଚିକେନ୍‌ର ଏକ ବକ୍ସ ଧରିଛନ୍ତି । ସେଥିରୁ ଖଣ୍ଡେ ଖଣ୍ଡେ କଞ୍ଚା ଚିକେନ କାଢି ଖାଉଛନ୍ତି । ମଲ୍‌ରେ ଥିବା ଲୋକମାନେ ଏହା ଦେଖି ଆଶ୍ଚର୍ଯ୍ୟ ହେବା ସହ ବୁଲି ବୁଲି ଚାହୁଁଥିଲେ । କିନ୍ତୁ ଯୁବକଙ୍କ ଏଥିପ୍ରତି ନିଘା ନ ଥିଲା । ତେବେ କେଉଁ ଉଦ୍ଦେଶ୍ୟରେ ଯୁବକ ଜଣକ କଞ୍ଚା ଚିକେନ୍ ଖାଉଥିଲେ ଓ ଖାଲି ପାଦରେ ମଲ ବୁଲିବା ଉଦ୍ଦେଶ୍ୟ କ’ଣ ତାହା ସେ ସ୍ପଷ୍ଟ କରିନାହାନ୍ତି ।

ଏହି ଫଟୋ ଦେଖିବା ପରେ ଅନେକ ନକରାତ୍ମକ ମନ୍ତବ୍ୟ ଦେଇଛନ୍ତି । କଞ୍ଚା ଚିକେନ୍ କିମ୍ବା କୌଣସି ମାଂସ ଖାଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ ବୋଲି ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.