Latest Odisha News

BREAKING NEWS

ଦୟା ନଦୀକୁ ଡେଇଁଲେ ଯୁବକ

ଭୁବନେଶ୍ୱର: ଭୁବନେଶ୍ବର ଲିଙ୍ଗିପୁରରେ ଦୟା ନଦୀକୁ ଡେଇଁଲେ ଯୁବକ । ବନ୍ୟାପାଣିରେ ଭାସିଯାଇ ଯୁବକଜଣକ ନିଖୋଜ ହୋଇଯାଇଛନ୍ତି । ଅଗ୍ନିଶମ ବିଭାଗର ୨ଟି ଟିମ୍ ଦ୍ବାରା ଉଦ୍ଧାର ଉଦ୍ୟମ ଜାରି ରଖିଛନ୍ତି ।

ନଦୀକୁ ଡେଇଁଥିବା ଯୁବକ ଜଣକ ହେଲେ ମଧୁସୁଦନ ଖୁଂଟିଆ । ଘର ଭୁବନେଶ୍ୱର ଓଲ୍ଡ ଟାଉନ ସ୍ଥିତ ଖୁଂଟିଆ ସାହି କପିଳେଶ୍ୱର । ପ୍ରତକ୍ଷଦର୍ଶୀଙ୍କ କହିବା ଅନୁସାରେ ଯୁବକ ଜଣକ ପୋଲ ଉପରେ ଗାଡି ରଖି ନଦୀକୁ ଡେଇଁ ପଡିଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ଖୋଜାଖୋଜି ଆରମ୍ଭ କରିଥିଲେ ବି ଯୁବକଙ୍କ ପତ୍ତା ମିଳୁନି ।

Leave A Reply

Your email address will not be published.