Latest Odisha News

BREAKING NEWS

ଟାଇମ୍ସ ବିବିଏ ଏଜୁକେସନ୍ ର‌୍ୟାଙ୍କିଙ୍ଗ ୨୦୨୦: ୨ୟ ସ୍ଥାନରେ କିଟ୍ ମ୍ୟାନେଜମେଣ୍ଟ ସ୍କୁଲ୍

ଭୁବନେଶ୍ୱର: ଚଳିତବର୍ଷ ଟାଇମ୍ସ ବିବିଏ ଏଜୁକେସନ୍ ର‌୍ୟାଙ୍କିଙ୍ଗ ସର୍ଭେରେ ସମଗ୍ର ଦେଶରେ କିଟ୍ ମ୍ୟାନେଜମେଣ୍ଟ ସ୍କୁଲ୍ (କେଏସ୍ଓଏମ୍) ଦ୍ୱିତୀୟ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛି । ସମଗ୍ର ଭାରତରେ ବିବିଏ ପାଠ୍ୟକ୍ରମ ପ୍ରଦାନ କରୁଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ନେଇ ଏହି ସର୍ଭେ କରାଯାଇଥିବା ବେଳେ ମଙ୍ଗଳବାର ଟାଇମ୍ସ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି ।

ଏହି ସର୍ଭେରେ ଡେସ୍କ ରିସର୍ଚ୍ଚ, ଫାକ୍ଚୁଆଲ୍ ସର୍ଭେ ଓ ପରସେପ୍ଚୁଆଲ୍ ରେଟିଂ ସର୍ଭେକୁ ମୁଖ୍ୟ ଆଧାର ଭାବେ ବ୍ୟବହାର କରାଯାଇଥିଲା । ଏଥିରେ ଭାଗ ନେଇଥିବା ବିବିଏ ଅନୁଷ୍ଠାନଗୁଡ଼ିକର ତଥ୍ୟ ସଂଗ୍ରହ କରାଯିବା ପରେ ସେ ସବୁର ସ୍ୱତନ୍ତ୍ର ପଦ୍ଧତିରେ ବିଶ୍ଳେଷଣ କରାଯାଇ ତଦନୁସାରେ ବିଭିନ୍ନ ଅନୁଷ୍ଠାନର ର‌୍ୟାଙ୍କିଙ୍ଗ କରାଯାଇଥିଲା ।

ଜୁଲାଇ ମାସର ପ୍ରଥମ ସପ୍ତାହରୁ ଅଗଷ୍ଟ ତୃତୀୟ ସପ୍ତାହ ପର୍ଯ୍ୟନ୍ତ କରାଯାଇଥିବା ଏହି ର‌୍ୟାଙ୍କିଙ୍ଗ ପ୍ରକ୍ରିୟାରେ ସାମଗ୍ରିକ ଅଧ୍ୟୟନ ଏବଂ ଅବଧାରଣାତ୍ମକ ଅଧ୍ୟୟନ ସହ ଜଡ଼ିତ ଏକ ସାମଗ୍ରିକ ଅନୁସନ୍ଧାନ ପ୍ରକ୍ରିୟା ଉପଯୋଗ କରାଯାଇଥିଲା ।

ସୂଚନାଯୋଗ୍ୟ, କିଟ୍ ମ୍ୟାନେଜମେଣ୍ଟ ସ୍କୁଲ୍ ଦେଶର ପୁରାତନ ବିଜିନେସ୍ ମ୍ୟାନେଜମେଣ୍ଟ ସ୍କୁଲ୍ ମଧ୍ୟରେ ଅନ୍ୟତମ । କିଟ୍ ମ୍ୟାନେଜମେଣ୍ଟ ସ୍କୁଲ୍ର ୮୦ ପ୍ରତିଶତ ଅଧ୍ୟାପକ କର୍ପୋରେଟ୍ କ୍ଷେତ୍ରରୁ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ବିଭିନ୍ନ ଆଇଆଇଏମ, ଆଇଆଇଟି, ଏକ୍ସଏଲ୍ଆର୍ଆଇ, ଏମ୍ଡିଆ ଏବଂ ଅନ୍ୟାନ୍ୟ ଶ୍ରେଷ୍ଠ ବିଜିନେସ୍ ସ୍କୁଲ୍ରୁ ଶିକ୍ଷାପ୍ରାପ୍ତ ହୋଇଛନ୍ତି ।

କିଟ୍ ମ୍ୟାନେଜମେଣ୍ଟ ସ୍କୁଲ୍ର ଅନେକ ଛାତ୍ରଛାତ୍ରୀ ଏବେ ବଡ଼ ବଡ଼ କମ୍ପାନୀର ମୁଖ୍ୟ ହୋଇଥିବା ବେଳେ କେତେକ ସେମାନଙ୍କର ନିଜସ୍ୱ କମ୍ପାନୀ ଚଳାଉଛନ୍ତି କିମ୍ବା କର୍ପୋରେଟ୍ କ୍ଷେତ୍ରରେ ବରିଷ୍ଠ ପରିଚାଳନା ଦାୟିତ୍ୱରେ ରହିଛନ୍ତି ।

କିଟ୍ ମ୍ୟାନେଜମେଣ୍ଟ ସ୍କୁଲ୍ର ଏହି ସଫଳତାରେ ଆନନ୍ଦ ପ୍ରକାଶ କରିବା ସହ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, କିଟ୍ ମ୍ୟାନେଜମେଣ୍ଟ ସ୍କୁଲ୍ ଦେଶର ଏକ ଅଗ୍ରଣୀ ବି-ସ୍କୁଲ୍ ଭାବେ ଖ୍ୟାତି ଅର୍ଜନ କରିଥିବା ବେଳେ କ୍ରମାଗତ ଭାବେ ପୂର୍ବ ଭାରତରେ ଅନ୍ୟତମ ଶ୍ରେଷ୍ଠ ବି-ସ୍କୁଲ୍ ଭାବେ ପରିଗଣିତ ହୋଇଆସୁଛି ।

Leave A Reply

Your email address will not be published.