Latest Odisha News

ପିପିଏଲ କମ୍ପାନୀରେ ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ, ଗ୍ରାମବାସୀ ଓ ଶ୍ରମିକଙ୍କ ରାସ୍ତା ଅବରୋଧ

ପାରାଦ୍ୱୀପ: ହାଇୱା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ପିପିଏଲ କମ୍ପାନୀ ଭିତରେ ଏହି ଅଘଟଣ ଘଟିଛି। ମୃତ ଯୁବକ ଜଣକ ହେଲେ ରଙ୍ଗିଆଗଡ଼ ଗ୍ରାମର ଭାଗିରଥି ମଲ୍ଲିକଙ୍କ ସାନ ପୁଅ ସୁଶାନ୍ତ ମଲ୍ଲିକ। ସେ କମ୍ପାନୀର ଏକ ଠିକା ସଂସ୍ଥାର ସୁପରଭାଇଜରଭାବେ କାର୍ଯ୍ୟ କରୁଥିଲେ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ସେ କମ୍ପାନୀରୁ କାମ ସାରି ଫେରିବାବେଳେ ପିପିଏଲ ସାର କାରଖାନା ପରିସରରେ ଏକ ହାଇୱା ତାଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା।

କ୍ଷତିପୂରଣ ବାବଦରେ ପରିବାରକୁ ୫୦ଲକ୍ଷ ଟଙ୍କା ଓ ଜଣଙ୍କୁ ଚାକିରି ଦେବା ପାଇଁ ଦାବି କରି କମ୍ପାନୀ ଗେଟ୍ ନିକଟରେ ଗ୍ରାମବାସୀ ଓ ଶ୍ରମିକ ରାସ୍ତା ଅବରୋଧ କରିଛନ୍ତି। ତେବେ ପିପିଏଲ କାରଖାନା ପରିସରକୁ କୌଣସି ଗାଡ଼ି ଯିବା ଆସିବା କରିପାରୁନାହିଁ। ଦୁର୍ଘଟଣା କରିଥିବା ହାଇୱେକୁ ଜବତ କରିଛି ପୋଲିସ। ପାରାଦ୍ୱୀପ ଅତିରିକ୍ତ ଏସପି ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି।

Comments are closed.