Latest Odisha News

BREAKING NEWS

ବାଂଲାଦେଶରୁ ଫେରିଲା ଓଡ଼ିଆ ଯୁବକଙ୍କ ମରଶରୀର

କଟକ : ବାଂଲାଦେଶରୁ ଫେରିଲା ଓଡ଼ିଆ ଯୁବକଙ୍କ ମରଶରୀର । ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ପକ୍ଷରୁ ମୃତ ଦେହ ଫେରାଇବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିଲା। ଆଉ ଶେଷରେ ବୁଧାବର ବିଳମ୍ବିତ ରାତିରେ ଯୁବକଙ୍କ ମୃତ ଦେହ ପହଂଚିଛି ।

ଏନେଇ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ବାଂଲାଦେଶରେ ଅବସ୍ଥାପିତ ରାଷ୍ଟ୍ର୍ରଦୂତଙ୍କୁ ପତ୍ର ଲେଖି ନିବେଦନ କରିଥିଲେ।
କଟକ ସାଲେପୁର ବ୍ଲକର ନାନ୍ଦୋଳ ଗାଁର ପିତାମ୍ବର ସାହୁ। ବାଂଲାଦେଶ ଢାକାରେ ଏକ ମିଲରେ କାମ କରୁଥିଲେ। ତେବେ ୧୧ତାରିଖ ଦିନ ତାଙ୍କର ସେଠାରେ ହୃଦଘାତରେ ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁ ସମ୍ପର୍କରେ ଜାଣିବା ପରେ ପୁଅକୁ ଦେଖିବା ପାଇଁ ପରିବାର ଲୋକେ ଆକୁଳ ଅନୁରୋଧ କରିଥିଲେ।

ଶେଷରେ ବୁଧବାର ବିଳମ୍ବିତ ରାତିରେ ପିତାମ୍ବରଙ୍କ ମୃତ ଦେହ ଗାଁରେ ପହଞ୍ଚିଥିଲା।

Comments are closed.