Latest Odisha News

BREAKING NEWS

ଏହି ଦିନ ରିଲିଜ କରିବ ସାଉଥ୍‌ ଷ୍ଟାର୍‌ ବିଜୟ ଓ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ‘liger’

ନୂଆଦିଲ୍ଲୀ: ସାଉଥ ସିନେମାର ସୁପରଷ୍ଟାର ଅଭିନେତା ବିଜୟ ଦେବରାକୋଣ୍ଡା ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଲାଇଗର୍’ କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଦକ୍ଷିଣ ସିନେମାରେ ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି। ବିଭିନ୍ନ ଭାଷାରେ ରିଲିଜ୍ ହେବାକୁ ଥିବା ଏହି ଚଳଚ୍ଚିତ୍ରର ସୁଟିଂ ଶେଷ ହୋଇଛି। ଏହି ସମୟରେ ନିର୍ଦ୍ଦେଶକ କରଣ ଜୋହର ‘ଲାଇଗର୍‌’ ନୂଆ ପୋଷ୍ଟର ସେୟାର କରି ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି।

ଫିଲ୍ମ ‘ଲାଇଗର୍‌’ର ପୋଷ୍ଟର ସେୟାର କରି କରଣ କ୍ୟାପସନରେ ଲେଖିଛନ୍ତି – ଫିଲ୍ମ ଆକ୍ସନ, ଥ୍ରୀଲରରେ ଭରପୂର। ଏହା ସମ୍ପୂର୍ଣ୍ଣ ଚମତ୍କାର ହେବାକୁ ଯାଉଛି। ଏହାର ପ୍ରଥମ ଝଲକ ୩୧ ଡିସେମ୍ବରରେ ପ୍ରଦର୍ଶିତ ହେବ। ଏହା ସହ ସେ କହିଛନ୍ତି ଯେ ବିଜୟ ଦେବରାକୋଣ୍ଡା ଏବଂ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ୨୫ ଅଗଷ୍ଟ ୨୦୨୨ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

Leave A Reply

Your email address will not be published.