Latest Odisha News

BREAKING NEWS

ଇଲେକ୍ଟ୍ରି ମିଟର ରିଡିଂ ପାଇଁ ଆସିଥିବା ଯୁବକ ହତ୍ୟାର ଶିକାର, ଘର ମାଲିକ ଫେରାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୁପଟି ଗାଁରେ ବିଦ୍ୟୁତ୍ ମିଟର ରିଡିଂଙ୍କୁ ନେଇ ଜଣେ ଯୁବକ ଅତି ନିର୍ମମ ଭାବେ ହତ୍ୟାର ଶିକାର ହୋଇଛି। ଏହି ଲୋମହର୍ଷଣକାରୀ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ଯେ, ମିଟର ରିଡିଂ କରିବାକୁ ଯବକ ଜଣଙ୍କ ଆସିଥିଲେ। ବିଦ୍ୟୁତ ବିଲ୍ ଅଧିକ ଆସିଥିବା ଦେଖି ଘର ମାଲିକ ସହ ସଂପୃକ୍ତ ଯୁବକଙ୍କର ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହାପରେ ଗଭୀର ଅସନ୍ତୋଷ ପ୍ରକାଶ କରିବାରୁ ମିଟର ରିଡିଂ କରିବାକୁ ଆସିଥିବା ଯୁବକଙ୍କୁ ଘର ମାଲିକ ଟାର୍ଗେଟ କରିଥିଲେ। ଧାରୁଆ ଅସ୍ତ୍ରରେ ଘର ମାଲିକ ଆକ୍ରମଣ କରିବାରୁ ଯୁବକ ଜଣଙ୍କ ହତ୍ୟାର ଶିକାର ହୋଇଛନ୍ତି। ତାଙ୍କ ନାମ ଲକ୍ଷ୍ମୀନାରାୟଣ ତ୍ରିପାଠୀ ବୋଲି ଜଣାପଡ଼ିଛି। ବିଦ୍ୟୁତ୍ ବିଲ୍କୁ ନେଇ ପୂର୍ବ ବିବାଦରୁ ଲକ୍ଷ୍ମୀନାରାୟଣ ଓ ଅଭିଯୁକ୍ତଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିବା ସୂୂଚନା ରହିଛି।

ସୋମବାର ଏହି ହତ୍ୟାକାଣ୍ଡ ଘଟିଛି। ପୋଲିସ ଖବର ପାଇ ଆସିଥିଲା। ତେବେ ସଂପୃକ୍ତ ଘର ମାଲିକ ଚମ୍ପଟ ମାରିଛି। ପୋଲିସ ମର ଶରୀରକୁ ଜବତ କରି ଶବ ବ୍ୟବଚ୍ଛେଦ କରାଇଛି। ଅନ୍ୟପଟେ ଏତଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।

Leave A Reply

Your email address will not be published.