ଜୟପୁର: ରାଜସ୍ଥାନରୁ ଧରାପଡିଛି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ପାଇଁ ଗୁଇନ୍ଦାଗିରି କରୁଥିବା ଜଣେ ଯୁବକ । ସୀମାନ୍ତ ଜିଲ୍ଲା ଜୈସଲମେରରୁ ଜଣେ ୨୮ ବର୍ଷୀୟ ଯୁବକକୁ ଗିରଫ କରିଛି ରାଜସ୍ଥାନ ପୋଲିସ । ସେ ଭାରତୀୟ ସେନାର ବିଭିନ୍ନ ସମ୍ବେଦନଶୀଳ ଓ ଗୁପ୍ତ ସୂଚନା ପାକିସ୍ତାନକୁ ଦେଉଥିଲା ।
ଯୁବକର ପରିଚୟ ଝାବ୍ରରାମ । ସେ ପୋଖରାନର ସାଙ୍କରା ଥାନା ଅଧୀନ ନେଦାନ ଗ୍ରାମର । ଝାବ୍ରରାମର ସନ୍ଦେହଜନକ କାର୍ଯ୍ୟକଳାପ ଦେଖି ତାଙ୍କ ଉପରେ ନଜର ରଖାଯାଇଥିଲା । ଅଭିଯୁକ୍ତ ପାକିସ୍ତାନୀ ସୋସିଆଲ ମିଡିଆ ହ୍ୟାଣ୍ଡଲରଙ୍କ ସହ ଯୋଗାଯୋଗରେ ଥିଲା । ତା’ ମୋବାଇଲ ଫୋନ୍ରୁ ଜଣାପଡ଼ିଛି ଯେ, ସେ ହନିଟ୍ରାପ୍ର ଶିକାର ହୋଇଛି ଓ ଅର୍ଥ ମୋହରେ ଏଭଳି କରିଛି ।
ରାଜ୍ୟରେ ପୋଲିସ ଗୁଇନ୍ଦା ଏଡିଜି ପ୍ରଫୁଲ୍ଲ କୁମାର କହିଛନ୍ତି, ଗୁଇନ୍ଦା ସଂସ୍ଥା ରାଜ୍ୟରେ ପାକିସ୍ତାନୀ ଗୁଇନ୍ଦା ନେଟୱାର୍କର କାର୍ଯ୍ୟ ଉପରେ ସତର୍କ ନଜର ରଖିଛି ।