Latest Odisha News

BREAKING NEWS

ପହଲଗାମ ଆକ୍ରମଣ ପାଇଁ ପାକିସ୍ତାନକୁ ଧନ୍ୟବାଦ କହିଲା ଝାଡ଼ଖଣ୍ଡର ଯୁବକ; ବାନ୍ଧିଲା ପୋଲିସ

ଝାଡଖଣ୍ଡ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶ ଦୁଃଖ ଏବଂ କ୍ରୋଧରେ ବୁଡ଼ି ରହିଛି । କିନ୍ତୁ ଏହି ସମୟରେ ଜଣେ ଯୁବକ ଧନ୍ୟବାଦ ପାକିସ୍ତାନ ଲେଖି ଖୁସି ଥିବା ପୋଷ୍ଟ କରିଛି,ତେବେ ସେହି ଯୁବକକୁ ଝାଡ଼ଖଣ୍ଡରୁ ଗିରଫ କରାଯାଇଛି । ପୋଲିସ ଅଭିଯୁକ୍ତଙ୍କୁ ମହମ୍ମଦ ନୌସାଦ ବୋଲି ଚିହ୍ନଟ କରିଛି। ଆତଙ୍କବାଦୀ ଆକ୍ରମଣ ପରେ ନୌସାଦ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଧନ୍ୟବାଦ ପାକିସ୍ତାନ ଲେଖିଥିଲା।

ସୂଚନାମୁତାବକ, ବୋକାରୋର ବାଲିଡିହର ମିଲତ ନାଗରର ବାସିନ୍ଦା ମହମ୍ମଦ ନୌସାଦ ଧନ୍ୟବାଦ ପାକିସ୍ତାନ ଲେଖି ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା ।

ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଥିଲା, “ଧନ୍ୟବାଦ ପାକିସ୍ତାନ, ଧନ୍ୟବାଦ, ଲସ୍କର-ଏ-ତୈୟବା, ଆଲ୍ଲାହ ତୁମକୁ ସର୍ବଦା ଆଶୀର୍ବାଦ କରନ୍ତୁ, ଆମେନ୍, ଆମେନ୍। ଯଦି RSS, BJP, ବଜରଙ୍ଗ ଦଳ ଏବଂ ଗଣମାଧ୍ୟମକୁ ଟାର୍ଗେଟ କରାଯାଏ ତେବେ ଆମେ ଅଧିକ ଖୁସି ହେବୁ”।

ଏ ସମ୍ପର୍କରେ ସିଟି ଡିଏସପି ସହ ଜିଲ୍ଲା ପୋଲିସର ପ୍ରବକ୍ତା ଆଲୋକ ରଞ୍ଜନ କହିଛନ୍ତି ଯେ, ସୋସିଆଲ ମିଡିଆରେ ଏପରି ପୋଷ୍ଟ ସମ୍ପର୍କରେ ଅଭିଯୋଗ ଆସିଛି। ଯାହା ପରେ ଏହି ମାମଲାରେ ଜଣେ ଯୁବକଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଇଛି। ସେହି ଯୁବକ ବିରୁଦ୍ଧରେ ଏଫଆଇଆର ପଞ୍ଜିକରଣ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ପୋଲିସ ତା’ର ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ଯାଞ୍ଚ କରୁଛି। ତା’ ସମ୍ବନ୍ଧରେ ସମ୍ପୂର୍ଣ୍ଣ ସୂଚନା ସଂଗ୍ରହ କରାଯାଉଛି।

ସୂଚନାଥାଉକି,ପହଲଗାମରେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚଳାଇ ୨୬ ଜଣଙ୍କୁ ହତ୍ୟା କରିଥିବା ବେଳେ, ଆଜି ଚିକିତ୍ସାଧୀନ ଅବସ୍ଥାରେ ତିନି ଜଣଙ୍କର ମୃତ୍ୟୁ ହେବା ସହ ଏହି ସଂଖ୍ୟା ୨୯କୁ ବୃଦ୍ଧି ପାଇଛି । ଆତଙ୍କବାଦୀମାନେ ବୈସରନ ଜଙ୍ଗଲ ଦେଇ ଆସିଥିଲେ । ଆକ୍ରମଣ କରିବା ପରେ ସେମାନେ ଜଙ୍ଗଲ ମଧ୍ୟଦେଇ ନିରାପଦ ସ୍ଥାନ ଆଡକୁ ଦୌଡ଼ି ପଳାଇଥିବା ଆଶଙ୍କା କରାଯାଉଛି । ଏବେ, ସେନା ଏବଂ ସିଆରପିଏଫ୍ ବ୍ୟତୀତ, ଜମ୍ମୁ ଏବଂ କଶ୍ମୀର ପୋଲିସ କର୍ମଚାରୀମାନେ ଆତଙ୍କବାଦୀଙ୍କୁ ଖୋଜିବାରେ ନିୟୋଜିତ ଅଛନ୍ତି ।

Comments are closed.