Latest Odisha News

BREAKING NEWS

ସୀମା ଟପିଲା ନୃଂଶସତା: ବିଷ ଇଞ୍ଜେକସନ୍ ଦେଇ ୧୦୦ କୁକୁରଙ୍କୁ ମାରିଦେଲେ

ଗାଁ ସରପଞ୍ଚ ଓ ସେକ୍ରେଟାରୀଙ୍କ ନାଁରେ ଥାନାରେ ଅଭିଯୋଗ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବର୍ବରତାର ସବୁ ସୀମା ଟପିଲା ମଣିଷ । ମରଗଲା ମଣିଷ ପଣିଆ । ମଣିଷ ଭୁଲିଗଲା ହିତାହିତ ଜ୍ଞାନ । ପଶୁଙ୍କ ଉପରେ ଭୟଙ୍କର ପ୍ରତିଶୋଧ ନେଇଛି ମଣିଷ । ଶହେ କୁକୁରଙ୍କୁ ବିଷ ଇଞ୍ଜେକସନ୍ ଦେଇ ହତ୍ୟା । ଏଭଳି ସଙ୍ଗୀନ ଘଟଣା ତେଲେଙ୍ଗାନାରୁ ସାମନାକୁ ଆସିଛି । ଗାଁର ସରପଞ୍ଚ ଗ୍ରାମ ପଞ୍ଚାୟତ ସେକ୍ରେଟାରୀ ଶହେ କୁକୁରଙ୍କୁ ବିଷ ଇଞ୍ଜେକସନ୍ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ପ୍ରାଣୀ ସଂଗଠନର ଜଣେ ସଦସ୍ୟା ଏ. ଗୌଥାମ ଥାନାରେ ଅଭିଯୋଗ କରିବା ପରେ ପୁରା ଘଟଣା ଚର୍ଚ୍ଚାକୁ ଆସିଛି । ଗତ ୨୭ ତାରିଖରେ ତେଲେଙ୍ଗାନାର ସିଡ୍ଡପେଟ୍ ଜିଲ୍ଲାରେ ଏହି ଘଟଣା ଘଟିଥିଲା । ଅଭିଯୋଗ ଅନୁସାରେ, ଜଗାଦେବପୁର ମଣ୍ଡଳର ଥିଗୁଲ ଗାଁରେ କୁକୁରଙ୍କୁ ଗଣହତ୍ୟା କରାଯାଇଛି ।

ଗାଁର ସରପଞ୍ଚ ଏବଂ ସେକ୍ରେଟାରୀ ପେଶାଦାର କୁକୁର ଧରାଳିଙ୍କୁ ଡାକି କୁକୁରଙ୍କୁ ଧରିଥିଲେ । ପରେ ସେମାନଙ୍କୁ ବିଷ ଇଞ୍ଜେକ୍ସନ୍ ଦେଇ ହତ୍ୟା କରିଥିଲେ । ଏଫରିକି ଜଣଙ୍କର ପୋଷା କୁକୁରକୁ ବି ଛାଡ଼ି ନାହାନ୍ତି । ଏତେଗୁଡ଼ିଏ କୁକୁର ନିଖୋଜ ନେଇ ଯାଞ୍ଚ ପରେ ସତ ପଦାକୁ ଆସିଥିଲା ।

ଅଭିଯୋଗ ପରେ ମାମଲା ରୁଜୁ କରି ଖୋଳତାଡ କରୁଛି ପୋଲିସ । ସେହିପରି ଗୌଥମ ସିଡ୍ଡିପେଟ୍ ଜିଲ୍ଲାପାଳ ଓ ପୋଲିସ କମିଶନରଙ୍କ ପାଖରେ ବି ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ।

Leave A Reply

Your email address will not be published.