କୋରାପୁଟ: କେତେ ମାରାତ୍ମକ ପୂର୍ବ ଶତ୍ରୁତା ? କ୍ରୋଧ ଓ ପ୍ରତିଶୋଧ କଣ ସମସ୍ତ ସମସ୍ୟାର ସମାଧାନ । ବୋଧ ହୁଏ ଏହି ଦୁଇଟି ଉକ୍ତିର ଅର୍ଥ କୋରାପୁଟ ଜିଲ୍ଲାର ଘଟୁଆଳ ଗୁଡାର ଲୋକେ ବୁଝିପାରିନଥିଲେ ।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟୁଆଳଗୁଡାରେ ବାପା ଓ ପୁଅଙ୍କୁ ମରଣାନ୍ତକ ଆକ୍ରମଣ । ଘଟଣାସ୍ଥଳରେ ପୁଅ ଫକୀର ବିଶୋୟୀର ମୃତ୍ୟୁ ଘଟିଥିଲାବେଳେ ଗୁରୁତର ଅବସ୍ଥାରେ ବାପା ଦୟାନିଧୀଙ୍କୁ ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ଖବର ଅନୁଯାୟୀ ଘଟୁଆଳଗୁଡାର ବିଦ୍ୟାଧର ବିଶୋୟୀ ଓ ଦୟାନିଧିଙ୍କ ମଧ୍ୟରେ ଏକ ଲିଫ୍ଟ ପଏଣ୍ଟକୁ ନେଇ ବାଦ ବିବାଦ ଲାଗିରହିଥିଲା । ତେବେ ଗତକାଲି ରାତିରେ ବିଦ୍ୟାଧର ନିଜର କିଛି ସହଯୋଗୀଙ୍କ ସହ ମିଳିତ ଭାବେ ଫକୀର ଓ ଦୟାନିଧିଙ୍କୁ ଆକ୍ରମଣ କରିଥିଲେ ।
ଆକ୍ରମଣରେ ଫକୀରଙ୍କ ମୃତ୍ୟୁ ଖବର ପାଇ ବିସିଂପୁର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଏହି ମାମଲାରେ ୪ଜଣ ଥାନାରେ ଅଟକ ରହିଥିଲାବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଦୟାନିଧିଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
Comments are closed.