Latest Odisha News

BREAKING NEWS

ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ, ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ହତ୍ୟା

ଭୁବନେଶ୍ୱର: ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ। ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ହତ୍ୟା କଲା ପାଗଳପ୍ରେମୀ। ଖଣ୍ଡିଗିରି ଥାନା ଜଗନ୍ନାଥନଗର ଶୁକବିହାର ଅଞ୍ଚଳରେ ଘଟିଛି ଏହି ନାରକୀୟ କାଣ୍ଡ। ମୃତକ ଜଗା ମଲ୍ଲିକ ବୋଲି ଜଣାପଡିଛି।

ଏ ନେଇ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଥିବାବେଳେ ଅଭିଯୁକ୍ତକୁ ପୁଲିସ୍ ଅଟକ ରଖିଛି। ମିଳିଥିବା ସୂଚନା ଅନୁସାରେ ଜଗାଙ୍କ ଝିଆରୀକୁ ସେହି ସାହିର ଜଣେ ଯୁକ୍ତ ଦୁଇ ଛାତ୍ର ଏକତରଫା ପ୍ରେମ କରୁଥିଲା। ଯାହାକୁ ବିରୋଧ କରିଥିଲେ ଜଗା।

ତେଣୁ ଜଗାଙ୍କୁ ରାସ୍ତାରୁ ହଟାଇବାକୁ ଯାଇ ବିଭତ୍ସ ଭାବରେ ହତ୍ୟା କରିଥିବା ପୁଲିସ୍ କହିଛି। ବୁଧବାର ରାତି ୧୨ଟା ବେଳେ ଜଗା ଘରକୁ ଫେରୁଥିବାବେଳେ ଯୁବକ ଜଣକ ଖଣ୍ଡାରେ ଆକ୍ରମଣ କରିଥିବା ଜଣାପଡିଛି। ଏହି ଆକ୍ରମଣରେ ଯୁବକଙ୍କର ମୃତ୍ୟୁ ଘଟିଛି। ପୁଲିସ ଏହି ଘଟଣାର ତଦନ୍ତ କରୁଛି।

Comments are closed.