Latest Odisha News

BREAKING NEWS

ଇବ୍ ନଦୀ ନିକଟରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ଝାରସୁଗୁଡ଼ା: ଇବ୍ ନଦୀ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର। ମୃତ ଯୁବକ ଜଣକ ହେଲେ ପଙ୍କଜ କୁମାର। ସେ ଝାଡ଼ଖଣ୍ଡ ଅଞ୍ଚଳରୁ ଆସି ବ୍ରଜରାଜନଗରରେ ରହୁଥିଲେ।

ସୂଚନା ଅନୁଯାୟୀ, ସକାଳୁ ଇବ୍ ନଦୀ ନିକଟରେ ଜଣଙ୍କର ମୃତଦେହ ପଡ଼ିଥିବା ପୋଲିସ ପାଖରେ ଖବର ପହଞ୍ଚିଥିଲା। ଇବ୍ ନଦୀ ପୋଲର ବାମପଟେ ଜଣଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇ ଘଟଣାସ୍ଥଳରେ ଝାରସୁଗୁଡ଼ା ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଝାରସୁଗୁଡ଼ା ଏସପି ଘଟଣାସ୍ଥଳରେ ଉପସ୍ଥିତ ଥିଲେ।

ପଙ୍କଜଙ୍କୁ କେହି ଗୁଳି କରି ହତ୍ୟା କରିବା ପରେ ଇବ୍ ନଦୀ ନିକଟରେ ଫୋପାଡ଼ି ଦେଇଥିବା ଜଣାପଡ଼ିଛି। ପଙ୍କଜଙ୍କ ଛାତିରେ ଗୁଳି ବାଜିଥିବା ପଙ୍କଜଙ୍କ ଛାତିରେ ଗୁଳି ବାଜିଥିବା ପୋଲିସ୍ ସୁଚନା ଦେଇଛି। ତେବେ ଘଟଣାର ଅଧିକ ତଦନ୍ତ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Comments are closed.