Latest Odisha News

BREAKING NEWS

କାହା ଭୟରେ ଆତ୍ମଗୋପନ କରିଛନ୍ତି ଶତାଧିକ ଆଫଗାନିସ୍ତାନ ମହିଳା ଜଜ୍ ?

ଓଡିଶା ସମ୍ବାଦ ବ୍ୟୁରୋ: ତାଲିବାନର ମନମୁଖୀ ଶାସନକୁ ନେଇ ଛଟପଟ ହେଉଛନ୍ତି ଆଫଗାନିସ୍ତାନର ସାଧାରଣ ଜନତା । ଖାସ କରି ମହିଳାଙ୍କ ଦୁର୍ଦ୍ଦଶା ଦିନକୁଦିନ ବଢୁଥିଲାବେଳେ ବେକାର ବସିଛନ୍ତି ଶତାଧିକ ମହିଳା ଜଜ୍ ।

ଇଣ୍ଟରନ୍ୟାସନାଲ ଆସୋସିଏସନ୍ ଅଫ୍ ୱିମେନ୍ ଜଜେସ୍ର ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନରେ ୨୦୦ରୁ ଅଧିକ ମହିଳା ଜଜ୍ ଆତ୍ମଗୋପନ କରିଛନ୍ତି । ସେହିଭଳି କିଛି ପୂର୍ବତନ ମହିଳା ଜଜ୍ଙ୍କ ସୂଚନା ହାସଲ କରି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଜ୍ କରିଛି ତାଲିବାନ ପ୍ରଶାସନ ।

କିଛି ମହିଳା ଜଜ୍ ଆଫଗାନିସ୍ତାନରୁ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ଆଫଗାନିସ୍ତାନ କବ୍ଜା ପରେ ତାଲିବାନ ଶତାଧିକ କଏଦୀଙ୍କୁ ଜେଲରୁ ଖଲାସ୍ କରିଥିଲା । ସେମାନଙ୍କ ମଧ୍ୟରୁ ଅନେକଙ୍କୁ ମହିଳା ଜଜମାନେ ନାରୀ ନିର୍ଯାତନା, ଅପହରଣ, ବଳାକ୍ରାର ଓ ଛାଡପତ୍ର ମାମଲାରେ ଦଣ୍ଡାଦେଶ ଶୁଣାଇଥିଲେ । ସେହି ଅଭିଯୁକ୍ତମାନେ ଜେଲରୁ ମୁକୁଳି ମହିଳା ଜଜ୍ମାନଙ୍କୁ ହତ୍ୟା ଧମକ ଦେବା ପରେ ଏପରି ପରିସ୍ଥିତି ଉପୁଜିଛି ।

ତାଲିବାନୀ ଶାସନ ପୂର୍ବରୁ ୨୭୦ରୁ ଅଧିକ ମହିଳା ଜଜମାନେ ବିଭିନ୍ନ ସ୍ଥାନରେ ନିଯୁକ୍ତ ଥିଲେ । ତେବେ ତାଲିବାନ ଦ୍ୱାରା ଜେଲରୁ ମୁକ୍ତି ପାଇଥିବା କଏଦୀଙ୍କ ପ୍ରତି ଭୟଭୀତ ହୋଇ ଏବେ ସେହି ଜଜମାନେ ଅଜ୍ଞାତ ସ୍ଥାନରେ ଲୁଚି ରହିବାକୁ ବାଧ୍ୟ ହୋଇଛନ୍ତି ।

Leave A Reply

Your email address will not be published.