Latest Odisha News

BREAKING NEWS

ବ୍ରହ୍ମପୁରରେ ଦୁଃଖଦ ଘଟଣା, ନିର୍ମାଣଧୀନ ନାଳରେ ପଡି ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଇଞ୍ଜିନିୟରିଂ ସ୍କୁଲ ଛକ ପଣ୍ଡା କଲୋନୀ ନିକଟରେ ଅଘଟଣ ।
ଲାଞ୍ଜିପଲ୍ଲୀ ତୋଟାସାହିର ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ ନାମକ ଜଣେ ଯୁବକ ସ୍କୁଟି ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ନିର୍ମାଣାଧୀନ ନାଳରେ ଖସି ପଡ଼ିଥିଲେ। ଫଳରେ ନାଳ ତିଆରିରେ ଲାଗିଥିବା ଲୁହା ରଡ଼ ତାଙ୍କ ଛାତିରେ ପଶି ଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ଗତକାଲି ରାତିରେ ଏହି ଘଟଣା ଘଟିଥିବା ବେଳେ ଆଜି ସକାଳୁ ତାଙ୍କୁ ସେଠାରେ ପଡିଥିବାର ସ୍ଥାନୀୟ ଲୋକ ଦେଖିଥିଲେ। ତେବେ ନିର୍ମାଣାଧୀନ ନାଳ ଚାରିପଟେ ବ୍ୟାରିକେଡ ନ ଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.