Latest Odisha News

ଓଡିଶାରେ ୯୦୫ ପୋଲିସ ପଦବୀ ଓ ୬ ନୂଆ ଥାନା ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଓଡିଶା ପୋଲିସରେ ୯୦୫ଟି ପଦବୀ ଏବଂ ରାଜ୍ୟରେ ୬ ଟି ନୂତନ ଥାନା ପ୍ରତିଷ୍ଠାକୁ ଶୁକ୍ରବାର ଦିନ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଜ୍ୟରେ ଅପରାଧ ନିୟନ୍ତ୍ରଣ ଓ ନାଗରିକ ମାନଙ୍କୁ ଯଥେଷ୍ଟ ସେବା ପ୍ରଦାନ କରିବା ଲାଗି ୨୨୦ ପୋଲିସ ଷ୍ଟେସନ୍ ପାଇଁ ୯୦୫ ପୋଲିସ ପଦବୀକୁ ମଞ୍ଜୁରୀ ଦିଆଯାଇଛି । ଯାହା ଓଡିଶାବାସୀଙ୍କୁ ସେବା ପ୍ରଦାନରେ ସହାୟକ ହେବ ।

ଏହାପୂର୍ବରୁ, ମୁଖ୍ୟମନ୍ତ୍ରୀ ନବୀନ ପୋଲିସ ମହାନିର୍ଦ୍ଦେଶକଙ୍କୁ ଥାନାରେ ଅଧିକ କର୍ମଚାରୀ ନିୟୋଜିତ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ବିଭିନ୍ନ ଜିଲ୍ଲାରେ ୬ ଟି ନୂତନ ପୋଲିସ୍ ଷ୍ଟେସନ୍ ନିର୍ମାଣକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁ ଥାନାଗୁଡିକର ଶାଖା ବିଭାଜିତ ହେବ, ସେଥିମଧ୍ୟରେ ରହିଛି- ଭୁବନେଶ୍ୱରର ଖଣ୍ଡଗିରି, ଅନୁଗୁଳ ଟାଉନ୍, ଝାରସୁଗୁଡା ଟାଉନ୍, ଗଞ୍ଜାମର ଭଞ୍ଜନଗର, ଭଦ୍ରକ (ଗ୍ରାମାଞ୍ଚଳ) ଏବଂ ଭଦ୍ରକର ତିହିଡି।

Leave A Reply

Your email address will not be published.