ପୁରୀ: ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ । ପୁରୀ ସଦର ଥାନା ଅନ୍ତର୍ଗତ ମଙ୍ଗରାଜପୁର ଛକ ନିକଟରେ ଥିବା ରାଇଟ ଫ୍ୟୁଚର ନିଶା ନିବାରଣ କେନ୍ଦ୍ରରେ ଘଟିଛି ଏଭଳି ଘଟଣା । ମୃତ ଯୁବକ ହେଉଛନ୍ତି ଚକ୍ରତୀର୍ଥ ରୋଡ ନୂଆ ସାହିର ଡି. ରାମ ମୁର୍ତ୍ତୀ । ଖବର ପାଇ ସଦର ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।
ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସଦର ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ମୃତ ଯୁବକଙ୍କ ମାଆଙ୍କ ସୂଚନା ଅନୁଯାୟୀ ଡି. ରାମ ମୂର୍ତ୍ତୀ ଅତ୍ୟଧିକ ନିଶା ସେବନ କରୁଥିଲେ । ଗତ ୨୩ ତାରିଖରେ ତାଙ୍କୁ ମଙ୍ଗରାଜପୁର ଛକ ନିକଟ ରାଇଟ ଫ୍ୟୁଚର ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ ।
ଗତକାଲି ସକାଳ ୧୦ଟା ବେଳେ ପୁଅର ମୃତ୍ୟୁ ଖବର ଆସିଥିଲା ପରିବାର ଲୋକଙ୍କୁ । ତେବେ ପୁଅର ମୃତ୍ୟୁକୁ ନେଇ ପରିବାର ଲୋକେ ସନ୍ଦେହରେ ଅଛନ୍ତି । ନିଶା ନିବାରଣ କେନ୍ଦ୍ରରେ ପୁଅର କିଭଳି ମୃତ୍ୟୁ ହେଲା ପୋଲିସ ଅନୁସନ୍ଧାନ କରି ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ମୃତ ଯୁବକଙ୍କ ପରିବାର ଲୋକେ ଦାବି କରିଛନ୍ତି ।
ଆଜି ପରିବାର ଲୋକେ ଏସପି ଅଫିସ ଯାଇ ରାଇଟ ଫ୍ୟୁଚର ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ପ୍ରତିବାଦରେ ପୁରୀ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପରିବାର ଲୋକ ପ୍ରତିବାଦ କରିଛନ୍ତି । ନିଶା ନିବାରଣ କେନ୍ଦ୍ରରେ ଯୁବକ ଡି. ରାମ ମୂର୍ତ୍ତିଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ । ତୁରନ୍ତ ନିଶା ନିବାରଣ କେନ୍ଦ୍ର ବିରୁଦ୍ଧରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ।
ସେପଟେ ଘଟଣାକୁ ଗୁରୁତ୍ୱର ସହ ନିଆଯାଇ ତଦନ୍ତ କରାଯାଉଛି l ଦୋଷୀଙ୍କ ବିରୋଧରେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସଦର ଏସଡିପିଓ ।
Comments are closed.