ପୁରୀ: ପୁରୀ ସମୁଦ୍ରରେ ବୁଡ଼ି ରବିବାର ଦିନ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।
ମୃତକ ଜଣକ କଟକ ଅନ୍ତର୍ଗତ ଜଗତପୁର ଅଞ୍ଚଳର ବିଜେନ୍ଦ୍ର ବାରିକ ବୋଲି ଜଣାପଡିଛି।
ସୂଚନାନୁସାରେ, ବିଜେନ୍ଦ୍ର କିଛି ସାଙ୍ଗଙ୍କ ସହ ପୁରୀ ଗସ୍ତରେ ଯାଇଥିଲେ। ସେମାନେ ଦିଗବାରେଣୀ ଛକ ନିକଟ ସମୁଦ୍ରରେ ଗାଧୋଉ ଥିବାବେଳେ ସେ ନିଖୋଜ ହୋଇଯାଇଥିଲେ।
ତେବେ ସମୁଦ୍ର କୂଳରେ ଉପସ୍ଥିତ ଲାଇଫ ଗାର୍ଡମାନେ ତାଙ୍କୁ ଉଦ୍ଧାର କରିଥିଲେ। ହେଲେ ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିବା ନେଇ ସୂଚନା ମିଳିଛି।
Comments are closed.