ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମ ତରଫରୁ ଚାଲିଥିବା ଡ୍ରୋନ୍ ସର୍ଭେ ରବିବାର ଶେଷ ହୋଇଯାଇଛି। ଜାଗା ମିଶନରେ ବସ୍ତି ବାସିନ୍ଦାଙ୍କୁ ଜମିର ପଟ୍ଟା ପ୍ରଦାନ ପାଇଁ ଏହି ସର୍ଭେ କରାଯାଇଥିଲା। ବର୍ତ୍ତମାନ ସର୍ଭେ ଶେଷ ହୋଇଥିବା ବେଳେ ଏଥିରେ ସାମିଲ କର୍ମଚାରୀଙ୍କୁ ନେଇ ସୋମବାର ଏବଂ ମଙ୍ଗଳବାର ଦୁଇଦିନ ପର୍ଯ୍ୟନ୍ତ ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ତାଲିମ୍ ଶିବିର ଅନୁଷ୍ଠିତ ହେବ। ଡ୍ରୋନ୍ରେ ଯେଉଁ ଅଞ୍ଚଳର ଫଟୋ ଉତ୍ତୋଳନ କରାଯାଇଛି, ସେହି ଅଞ୍ଚଳକୁ ଯାଇ ହିତାଧିକାରୀଙ୍କୁ ଚିହ୍ନଟ ନେଇ ତାଲିମ୍ ପ୍ରଦାନ କରାଯିବ। କେଉଁ ପରିବାରରେ କେତେଜଣ ସଦସ୍ୟ ରହିଛନ୍ତି, ତାହାର ତାଲିକା ପ୍ରସ୍ତୁତ ହେବ। ଏହା ପରେ ରାଜସ୍ବ ବିଭାଗର ସହଯୋଗରେ ଜମି ପଟ୍ଟା ପ୍ରଦାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ପ୍ରାୟ ୧୭ ହଜାରରୁ ଅଧିକ ପରିବାର ଏହା ଦ୍ବାରା ଉପକୃତ ହୋଇପାରିବେ ବୋଲି କୁହାଯାଉଛି।
ଏଠାରେ ସୂଚନା ଯୋଗ୍ୟ ଯେ, ଗତ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀରେ ଡ୍ରୋନ ସର୍ଭେ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଯେଉଁମାନେ ସରକାରୀ ଜାଗାରେ ଘର କରି ରହିଥିଲେ, ସେହି ଜାଗା ଉପରେ ପଟ୍ଟା ପ୍ରଦାନ କରାଯିବ। ତେବେ ଯେଉଁମାନେ ପୋଖରୀ ହୁଡ଼ା, ଜଳ ଉତ୍ସ ଉପରେ କିମ୍ବା ଜାତୀୟ ଗ୍ରୀନ୍ ଟ୍ରାଇବୁନାଲ(ଏନଜିଟି)ର ନିର୍ଦେଶକୁ ଉଲଂଘନ କରୁନଥିବେ, କେବେ ସେମାନେ ହିଁ ଜମି ପଟ୍ଟା ପାଇବାକୁ ଯୋଗ୍ୟ ବିବେଚିତ ହେବେ। ପୂର୍ବରୁ ଏନଜିଟିର ନିର୍ଦେଶ ଅନୁଯାୟୀ ନିୟମକୁ ଉଲଂଘନ କରାଯାଇ ସୃଷ୍ଟି ହୋଇଥିବା ବସ୍ତିକୁ ଉଚ୍ଛେଦ କରାଯାଇଛି। ସେମାନଙ୍କୁ ରାଜୀବ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଛି। ଏଣୁ ବର୍ତ୍ତମାନ ଯୋଗ୍ୟ ହିତାଧିକାରୀମାନେ ଜମିର ପଟ୍ଟା ପାଇବା ନେଇ ଆଶା ରଖିଛନ୍ତି। ଟାଟା ଷ୍ଟିଲ ଫାଉଣ୍ଡେସନ ଏଥିରେ ବୈଷୟିକ ସହାୟତା ଯୋଗାଇ ଦେଉଛି। ପୂର୍ବରୁ ଏନେଇ ଟାଟା ଷ୍ଟିଲ ଫାଉଣ୍ଡେସନ ଓ ଜାଗା ମିଶନ ମଧ୍ୟରେ ଏହି କାର୍ଯ୍ୟକ୍ରମ ପାଇଁ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ଏବଂ ସାରା ରାଜ୍ୟ ବସ୍ତିମୁକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ପୂର୍ବରୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ପୌରପାଳିକା ଆଦି ୧୦୫ଟି ସହରର ବସ୍ତି ଅଞ୍ଚଳର ୧ ଲକ୍ଷ ୭୦ ହଜାର ପରିବାରକୁ ଜମି ଅଧିକାର ପ୍ରଦାନ କରାଯାଇଛି। ବସ୍ତିଗୁଡ଼ିକ ବିଜୁ ଆଦର୍ଶ କଲୋନୀ ଭାେବ ଘୋଷଣା କରାଯାଉଛି।
BREAKING NEWS
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା
- ତାମିଲନାଡୁରେ ‘ଥାଇମାମନ ଥଙ୍ଗା ମୋତିରମ ଥିଟ୍ଟମ’ ଶୁଭାରମ୍ଭ: ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି
- MMDR ବିଲ୍କୁ ନେଇ ତେଜିଲା ରାଜନୀତି; ବିଜେଡିକୁ ବିଜେପିର କଡ଼ା ଜବାବ
- Influencer Nidhi Tiwari Suicide: କ’ଣ ଥିଲା ଶେଷ କଥା ?
- Delhi Air Pollution: ନଭେମ୍ବରରୁ ଅଫିସରେ କମିବେ ଲୋକ, ବଢିବ ପାର୍କିଂ ଫି
- ଅପମିଶ୍ରିତ ପନିର କାରବାର;୧୧ ଜଣଙ୍କ ନାଁ ରେ ଏତଲା ଦେଲା KMC

Comments are closed.