କଟକ: ମହାନଦୀ ବ୍ରିଜ ଉପରୁ ତଳକୁ ଖସି ପଡ଼ିଲେ ଯୁବକ । ସଡକ ଦୁର୍ଘଟଣାର ଶିକାର ହୋଇ ଖସିପଡ଼ିଥିବ ସନ୍ଦେହ କାରାଯଉଛି। ଯୁବକ ଜଣକ ନାମ ସତିଶ ରାଉତ। ତାଙ୍କ ଘର ଛତିଆ ଅଞ୍ଚଳର ବୋଲି ଜଣାପଡିଛି। ଚାଉଳିଆଗଞ୍ଜର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିବା ସହ SCB ମେଡିକାଲରେ ଭର୍ତ୍ତି କରାଯାଇଛି। ଯୁବକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ବୋଲି ସୂଚନା ମିଳିଛି।
ଆଜି ମହାନଦୀ ଓଭରବ୍ରିଜ୍ ଉପରୁ ଦୁର୍ଘଟଣାବଶତଃ ନଦୀ ବାଲିକୁ ଖସି ପଡ଼ିଥିଲେ ଏହି ଯୁବକ। ତାଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଭୋର ୪ଟା ବେଳକୁ ଯୁବକ ଜଣଙ୍କ ଦୁଇ ଚକିଆ ଗାଡ଼ିରେ ଯାଉଥିବା ବେଳେ ଟ୍ରକ୍ ସାଇଡ ମାରିବାରୁ ସେ ନଦୀ ଭିତରକୁ ଖସି ପଡ଼ିଥିଲେ।
ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲେ। ସବୁଠାରୁ ବଡ଼ କଥା ହେଲା ଯୁବକ ଜଣଙ୍କ ବ୍ରିଜ ଉପରୁ ବାଲିରେ ପଡିବାରୁ ସେ ସାମାନ୍ୟ ଗୁରୁତର ଆହତ ହୋଇଛନ୍ତି। ଏବଂ ତାଙ୍କର ଜୀବନ ବଞ୍ଚିଯାଇଛି। ତାଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲ ପଠାଯାଇଛି।
Comments are closed.