Latest Odisha News

BREAKING NEWS

ଭେଜ ବିରିୟାନୀ ପ୍ଲେଟରୁ ବାହାରିଲା ଝିଟିପିଟି

ଝାନ୍ସି: ଭେଜ ବିରିୟାନୀ ପ୍ଲେଟରୁ ବାହାରିଲା ଝିଟିପିଟି। ଉତ୍ତରପ୍ରଦେଶ ର ଝାନ୍ସି ଜିଲ୍ଲାରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ରାସ୍ତାକଡର ଖାଦ୍ୟରେ ଏକ ଝିଟିପିଟି ମିଳିବା ପରେ ଉତ୍ତେଜନା ଦେଖାଦେଇଥିଲା।

ସୂଚନାନୁସାରେ, ଦୁଇ ଦିନ ପୂର୍ବେ ଜଣେ ବ୍ୟକ୍ତି ଝାନ୍ସିର ବିକେଡି ଛକରୁ ଭେଜ ବିରିୟାନୀ କିଣିଥିଲେ। ଉକ୍ତ ଯୁବକ ଜଣକ ଘରକୁ ଯାଇ ପ୍ୟାକେଟ୍ ଖୋଲି ଏହାକୁ ଯେତେବେଳେ ଖାଇବା ଆରମ୍ଭ କରିଥିଲେ ସେତେବେଳେ ସେ ବିରିୟାନୀ ଭିତରେ ଏକ ମୃତ ଝିଟିପିଟି ଦେଖିବାକୁ ପାଇଥିଲେ।

ଏହା ଦେଖି ସେ ପ୍ରଥମେ ଡରି ଯାଇଥିଲେ କିନ୍ତୁ ସେ ତୁରନ୍ତ ଏହାର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ। ଏପରିକି ସେ ଦୋକାନୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ଯ ଦାବି କରିଛନ୍ତି।

 

Comments are closed.