ଭଦ୍ରକ: ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବେଲଦା ନିକଟରେ ଥିବା ନୟନଜୋରିରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ମୃତ ଯୁବକଙ୍କ ନାମ କୌଶିକ ସାମନ୍ତ ଏବଂ ତାଙ୍କ ଘର ଯାଜପୁର ଟାଉନ ନହରପୁର ବୋଲି ଜଣାପଡିଛି ।
ପ୍ରାପ୍ତ ସୂଚନାନୁଯାୟୀ ଦୁଇଦିନ ତଳେ କୌଶିକ ତାଙ୍କ ସାଙ୍ଗମାନଙ୍କ ସହ ରାକେଶ ନାମକ ଅନ୍ୟ ଜଣେ ଯୁବକର ବରଯାତ୍ରୀ ଭାବେ ଯାଇଥିଲେ । ପରବର୍ତ୍ତୀ ସମୟରେ ବରଯାତ୍ରୀମାନେ ଫେରିଆସିଥିବା ବେଳେ କୌଶିକଙ୍କର କୌଣସି ସୂଚନା ମିଳିନଥିଲା । ତା’ପରଦିନ ସକାଳେ ବେଲଦା ନିକଟବର୍ତ୍ତୀ ଏକ ନାଳରେ ଜଣେ ଯୁବକଙ୍କର ମୃତଦେହ ଭାସୁଥିବା ସ୍ଥାନୀୟ ବାସିନ୍ଦା ଦେଖିଥିଲେ ।
ଖବର ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହଟି କୌଶିକଙ୍କର ବୋଲି ଚିହ୍ନଟ କରାଯାଇଥିଲା ।
ତେବେ ପୋଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି । ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ନେଇ ସୁତ୍ରରୁ ପ୍ରକାଶ ।
Comments are closed.