Latest Odisha News

BREAKING NEWS

ସମୁଦ୍ର ବେଳାଭୂମିରୁ ମୃତ ଡଲଫିନ୍ ଉଦ୍ଧାର

ବ୍ରହ୍ମପୁର : ବ୍ରହ୍ମପୁର ସୋନପୁର ସମୁଦ୍ର ବେଳାଭୂମି ନିକଟରେ ପଡିଛି ମୃତ ଡଲଫିନ୍ । ବହୁତ ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ଅନୁମାନ କରିଛି ବନ ବିଭାଗ । ଟ୍ରଲର ଆଘାତ ଲାଗି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତ୍ୟୁ ପରେ ସମୁଦ୍ରରେ ଭାସି ଆସି କୂଳରେ ଲାଗିଥିବା ସନ୍ଦେହ କରୁଛି ବନ ବିଭାଗ । ମୃତ ଡଲଫିନ୍‌କୁ ବନ ବିଭାଗ ଉଦ୍ଧାର କରି ପୋଷ୍ଟମର୍ଟମ୍ ପାଇଁ ପଠାଇଛି। ପୋଷ୍ଟମର୍ଟମ୍ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବ୍ରହ୍ମପୁର ଡିଏଫଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି ।

କେଉଁ ପରିସ୍ଥିତିରେ ଏହାର ମୃତ୍ୟୁ ହେଲା, ତାହାର ଖୋଳତାଡ଼ କରାଯାଉଛି । ପାତିସୁନପୁର ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍ ମନ୍ୟତା ଦେବା ପାଇଁ ଉଦ୍ୟମ ଚାଲିଛି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ତେବେ ବାରମ୍ବାର ଡ଼ଲଫିନ ମୃତ୍ୟୁକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଛି।

Leave A Reply

Your email address will not be published.