Latest Odisha News

ମାଆକୁ ହାଣି ହତ୍ୟା କଲା ପୁଅ, ବାପା ଓ ସ୍ତ୍ରୀ ଗୁରୁତର

ପୁରୀ: ପାରିବାରିକ କଳହର ଭୟାଙ୍କର ପରିଣତି । ରାଗରେ ବାପା, ମାଆ ଓ ସ୍ତ୍ରୀକୁ ହାଣିଲା ପୁଅ । ପୁରୀ ତାଳବଣିଆ ସୁଭଦ୍ରାନଗରରେ ଏହି ଘଟଣା ଘଟିଛି । ଆକ୍ରମଣରେ ମାଆଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଗୁଲିଳତା ଦୀକ୍ଷିତ ।

ଆକ୍ରମଣରେ ବାପା ଓ ସ୍ତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଘରୋଇ କଳିରୁ ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ଅଭିଯୁକ୍ତ ପୁଅ ବିଷ୍ଣୁ ପ୍ରସାଦ ଦିକ୍ଷୀତଙ୍କୁ ତାଳବଣିଆ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

Comments are closed, but trackbacks and pingbacks are open.