Latest Odisha News

BREAKING NEWS

ନୂଆପଡାରେ ରାଜନୈତିକ ହିଂସା ପରାଜିତ ପ୍ରାର୍ଥୀଙ୍କ ଘରେ ଗୁଳିମାଡ

ନୂଆପଡା : ପଞ୍ଚାୟତ ନିର୍ବାଚନ ସରିଲାଣି ।ହେଲେ ଥମୁନି ରାଜନୈତିକ ହିଂସା । ନୂଆପଡା ଜିଲ୍ଲା ଲଖନା ଥାନା କୁରୁମପୁରୀ ପଂଚାୟତ ର ଲିମଡିହି ଗାଁ ରେ ୱାର୍ଡ ମେମ୍ବର ନିର୍ବାଚନକୁ କେନ୍ଦ୍ରକରି ଗୁଳି ମାଡ ହୋଇଥିବା ଅଭିଯୋଗ ହୋଇଛି,। ଗୁଳିମାଡରେ ରୁପେସ ସାହୁ ନାମକ ଜଣେ ଯୁବକ ଗୁରୁତର ହୋଇପଡିଛନ୍ତି  ।

ପଞ୍ଚାୟତ ନିର୍ବାଚନରେ ଲିମିଡିହି ଗାଁ ର ୱାର୍ଡ ମେମ୍ବର ପ୍ରାର୍ଥୀ ଭାବରେ ମୋହନ ସାହୁ ଓ ବିପକ୍ଷ ରେ ରାମଲାର ଶବର ଛିଡା ହୋଇଥିଲେ, ରାମଲାଲ ଶବର ବିଜୟୀ ହୋଇଥିଲେ, ହେଲେ ବିଜୟୀ ପ୍ରାଥି ରାମ ଲାଲ ଶବର ଙ୍କ ତିନି ପୁଅ ଝିଅ ରହିଥିବା ଅଭିଯେଗ କରି ହାରିଥିବା ୱାଡ ମେମ୍ବର ପ୍ରାଥୀ ଆରଟିଆଇ ମାଗିଥିଲେ।

ପରେ ବିଜୟୀ ପ୍ରାର୍ଥୀଙ୍କ ସମର୍ଥକ ମାନେ ଗତକାଲି ବିଲମ୍ବିତ ରାତିରେ ମୋହନ ସାହୁ ଙ୍କ ଘର କୁ ପସି ଗୁଳି ମାଡ କରିଥିଲେ । ଭାଗ୍ୟବସତଃ ଗୁଳି ରୁପେସ ସାହୁ ଙ୍କ ଦେହ ରେ ସିଧାସଲଖ ଗୁଳି ନବାଜି ଘର କାନ୍ଥରେ ବାଜିଥିଲା ଓ ରୁପେସ ସାହୁ ଙ୍କ ମୁଣ୍ଡ ରେ ରିଫଲେକ୍ଟ ହୋଇ ଗୁଲି ବାଜିଥିଲା,  ରୁପେସ ସାହୁ ଆହାତ ଅବସ୍ଥାରେ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ରେ ଭର୍ତି ହୋଇଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ପୋଲିସ ଘଟଣା ର ତଦନ୍ତ ଜାରି ରଖିଥିବା ନୂଆପଡା ଏସଡିପିଓ ସୂଚନା ଦେଇଛନ୍ତି ।

Comments are closed, but trackbacks and pingbacks are open.