Latest Odisha News

BREAKING NEWS

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସିଡ଼ି ବାଡ଼ରେ ବେକରେ ଗାମୁଛା ଲଗାଇ ଝୁଲିପଡିଲେ ଯୁବକ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବେକରେ ଗାମୁଛା ବାନ୍ଧି ସିଡ଼ିବାଡ଼ାରେ ଝୁଲି ପଡ଼ିଛନ୍ତି ଯୁବକ । ଆତ୍ମହତ୍ୟା କରିଥିବା ଯୁବକଙ୍କ ନାମ ଶ୍ରୀଚନ୍ଦନ ଦାସ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

ଶ୍ରୀଚନ୍ଦନ ଦାସ ତାଙ୍କ ବାପା ଭରତ ଦାସଙ୍କ ସହ କେନ୍ଦ୍ରାପଡ଼ା ପୁରୁଣା ବସଷ୍ଟାଣ୍ଡ ନିକଟ ବାସୁଳେଇ ଗ୍ରାମରେ ରହୁଥିଲେ । ଶ୍ରୀଚନ୍ଦନଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ସେ ତାଙ୍କ ଜମି ବିକ୍ରି କରିବାକୁ ଚାହୁଁଥିଲେ । ବିଭିନ୍ନ ଲୋକଙ୍କ ଜମିର କିସମ ପରିବର୍ତ୍ତନ ହେଉଥିବା ବେଳେ ତାଙ୍କ ଜମିର କିସମ ପରିବର୍ତ୍ତନ କରିବା ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କିରାଣୀମାନେ ତାଙ୍କୁ ଟଙ୍କା ମାଗୁଥିଲେ । ସେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଲାଞ୍ଚ ଦେବା ପାଇଁ ସକ୍ଷମ ହେଉ ନଥିଲେ।ଫଳରେ ସେ ଏ ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ବାରମ୍ବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡି ଦୌଡି ନିରାଶ ହେବା ପରେ ସେ ଶେଷରେ ଜୀବନ ହାରିବା ପାଇଁ ନିଷ୍ପତ୍ତି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଉପର ମହଲାକୁ ଯିବାକୁ ଥିବା ଷ୍ଟିଲ ବାଡରେ ଏକ ଗାମୁଛା ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଜଣାପଡିଛି ।

Comments are closed.