Latest Odisha News

BREAKING NEWS

ସାଂସଦ କଙ୍ଗନା ରାଣାଓ୍ବତଙ୍କ ସହ ଚଳଚ୍ଚିତ୍ର ‘ଭାରତ ଭାଗ୍ୟ ବିଧାତା’ର ସ୍ୱତନ୍ତ୍ର ସ୍କ୍ରିନିଂ ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ଉତ୍କଳ ଗ୍ୟାଲେରିଆ ମଲ୍‌ର ‘ପିଭିଆର ସିନେମାସ’ (PVR Cinemas) ଠାରେ ଚଳଚ୍ଚିତ୍ର ‘ଭାରତ ଭାଗ୍ୟ ବିଧାତା’ର ଏକ ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ପ୍ରସିଦ୍ଧ ସିନେ ତାରକା ତଥା ସାଂସଦ କଙ୍ଗନା ରାଣାଓ୍ବତ୍‌ଙ୍କ ସମେତ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ମନ୍ତ୍ରୀ ଗଣ ଏଵଂ ରାଜ୍ୟର ପ୍ରମୁଖ ନେତୃବୃନ୍ଦ ଏକତ୍ର ବସି ଚଳଚ୍ଚିତ୍ରଟିକୁ ଦେଖିଥିଲେ ।

କଙ୍ଗନା ନିଜ ଅଦମ୍ୟ ପରିଶ୍ରମରେ ଯେଉଁ ସଫଳତା ହାସଲ କରିଛନ୍ତି, ତାହା ନବାଗତ ମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଏହି ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍ କାର୍ଯ୍ୟକ୍ରମରେ ‘ଭାରତ ଭାଗ୍ୟ ବିଧାତା’ ଚଳଚ୍ଚିତ୍ରର ପୁରା ଟିମ୍ ସଦସ୍ୟ, ଓଡ଼ିଶା ଚଳଚ୍ଚିତ୍ର ଜଗତର ଅନ୍ୟାନ୍ୟ ପ୍ରତିଭାବାନ ବ୍ୟକ୍ତିତ୍ୱ, ବହୁ ସଂଖ୍ୟାରେ ଗଣମାଧ୍ୟମର ପ୍ରତିନିଧି ଏବଂ ସ୍ଥାନୀୟ ସିନେପ୍ରେମୀ ଜନସାଧାରଣ ଏହି ସ୍ୱତନ୍ତ୍ର ଉତ୍ସବରେ ସାମିଲ ହୋଇଥିଲେ ।

ଏହା ପୂର୍ବରୁ, ଆଜି ‘ବିଶ୍ୱ ପରିବେଶ ଦିବସ’ ଅବସରରେ ମୁଖ୍ୟମନ୍ତ୍ରୀ ଓ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ ‘ଏକ୍ ପେଡ୍ ମା କେ ନାମ୍’ ଅଭିଯାନରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଠାରେ ବୃକ୍ଷ ରୋପଣ କରିଛନ୍ତି ।

Comments are closed.