Latest Odisha News

BREAKING NEWS

ଆମେରିକାରେ ହେବ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ !

ନୂଆଦିଲ୍ଲୀ: ଆଇସିସି ତାର ପ୍ରତ୍ୟେକ ବଡ ଟୁର୍ଣ୍ଣାମେଂଟରେ ଭାରତ-ପାକିସ୍ତାନ ମଧ୍ୟରେ ଗୋଟିଏ ମ୍ୟାଚ କରିବା ନେଇ ସର୍ବଦା ବ୍ୟଗ୍ର ରହିଥାଏ । ୨୦୨୪ ଟି୨୦ ବିଶ୍ୱକପରେ ଭାରତ-ପାକ ମଧ୍ୟରେ ପୁନର୍ବାର ମୁକାବିଲା ହେବ । ଏହି ବିଶ୍ୱକପ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ମିଳିତ ଭାବେ ଖେଳାଯିବ । ତେବେ ଆମେରିକା କ୍ରିକେଟ ବୋର୍ଡ ଅଧ୍ୟକ୍ଷ ଅତୁଲ ରାୟଙ୍କ ଏକ ବୟାନ ସମସ୍ତଙ୍କୁ ଚକିତ କରିଛି । ଗୁରୁବାର ସେ କହିଛନ୍ତି ଏଥର ଭାରତ-ପାକ ମ୍ୟାଚ ଆମେରିକାରେ ହେବ । ଏହା ଦ୍ୱାରା ଆମେରିକାରେ କ୍ରିକେଟର ପ୍ରଚାର ପ୍ରସାର ଜୋର ହେବ । ସୂଚନାଯୋଗ୍ୟ, ଗତ ବର୍ଷ ୱେଷ୍ଟଇଣ୍ଡିଜ ଓ ଆମେରିକା ଗସ୍ତରେ ଭାରତ ଟିମ ଯାଇଥିଲା । ଏହାକୁ ଭାରତ ୪-୧ରେ ଜିତିଥିଲା ।

ଭାରତ-ପାକ ଦ୍ୱିପାକ୍ଷିକ ସିରିଜ ବନ୍ଦ ଥିବାରୁ ବିଶ୍ୱକପ ମାଧ୍ୟମରେ କ୍ରିକେଟପ୍ରେମୀ ଏହି ମୁକାବିଲା ଦେଖି ପାରୁଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ଯେମିତି ହେଲେ ବିଶ୍ୱକପରେ ଏହି ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ନେଇ ଗୋଟିଏ ମ୍ୟାଚ ଆୟୋଜିତ ହେଉଛି ।

Leave A Reply

Your email address will not be published.