Latest Odisha News

BREAKING NEWS

୬ ପତ୍ନୀଙ୍କୁ ଖୁସି କରିବାକୁ ଯୁବକ ଘଣ୍ଟା ଘଣ୍ଟା ସମୟ କାଟନ୍ତି ଜିମ୍‌ରେ

ବ୍ରାଜିଲ: ସମୟ ଥିଲା ଯେତେବେଳେ ଜଣେ ପୁରୁଷଙ୍କର ୫-୫ ପତ୍ନୀ ରହୁଥିଲେ ।  କିନ୍ତୁ ଆଜିର ଯୁଗରେ ଏକରୁ ଅଧିକ ପତ୍ନୀ ରହିବା କମ୍ କଥା ନୁହେଁ । କିନ୍ତୁ ବ୍ରାଜିଲର ଜଣେ ବ୍ୟକ୍ତିଙ୍କ ୬ ପତ୍ନୀଙ୍କୁ ଖୁସି କରିବା ପାଇଁ  ଘଣ୍ଟା ଘଣ୍ଟା ଧରି ଜିମରେ ସମୟରେ କାଟିଥାନ୍ତି । ସେଥିଲାଗି ସେ ଏବେ ସୁସ୍ଥ ଏବଂ ଫିଟ୍ ଅଛନ୍ତି ।  ଆସନ୍ତୁ ଜାଣିବା ଏହି ବ୍ୟକ୍ତି ତାଙ୍କ ଫିଟନେସ୍ ପାଇଁ କଣ କରନ୍ତି ।

ଆର୍ଥର ଓଉର୍ସୋ ନାମକ ଜଣେ ବ୍ୟକ୍ତି ବ୍ରାଜିଲରେ ରୁହନ୍ତି । ତାଙ୍କର ୯ ପତ୍ନୀ ଅଛନ୍ତି ।  ସେ ବଡ଼ି ବନାଇବାକୁ ବହୁତ ପସନ୍ଦ କରନ୍ତି । ସେଥିଲାଗି ସେ ବହୁତ ପରିଶ୍ରମ କରିଥାନ୍ତି । ଏବେ ସେ ତାଙ୍କ ୯ ପତ୍ନୀଙ୍କ ଅପେକ୍ଷା ତାଙ୍କ ଫିଟନେସକୁ ନେଇ ଚର୍ଚ୍ଚାରେ ଅଛନ୍ତି ।  ତାଙ୍କ ଫିଟ୍‌ନେସର ରହସ୍ୟ କ’ଣ ଓ ସେ କେଉଁ ପ୍ରକାରର ଖାଦ୍ୟ ଅନୁସରଣ କରନ୍ତି? ସେ ନେଇ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।  ଉର୍ସୋ କହିଛନ୍ତି ଯେ, ସେ ତାଙ୍କ ପତ୍ନୀମାନଙ୍କୁ ବହୁତ ଭଲ ପାଇଥାନ୍ତି । ତାଙ୍କୁ ଖୁସିରେ ରଖିବା ପାଇଁ ସେ ନିଜେ ଫିଟ୍ ରହିବା ଜରୁରୀ ।  ସେ ନିୟମିତ ବ୍ୟାୟାମ କରିବାକୁ ପସନ୍ଦ କରନ୍ତି । ସେଥିଲାଗି ସେ ଘଣ୍ଟା ଘଣ୍ଟା ଧରି ଜିମ୍‌ରେ ସମୟ କାଟନ୍ତି । ବଡ଼ି ତିଆରି କରିବାରେ ମଧ୍ୟ ବହୁତ କଠିନ ପରିଶ୍ରମ କରିଛନ୍ତି । ଏଥିସହିତ ଭାରୀ ଓଜନ ଉଠାଇବାର ତାଲିମ ନେବା ସହ  ନିୟମିତ ସନ୍ତରଣ ମଧ୍ୟ କରନ୍ତି । ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।

ଏତେ ଶକ୍ତିଶାଳୀ ଶରୀର ପାଇଁ ପ୍ରୋଟିନ୍‌ର ଆବଶ୍ୟକତା ରହିଛି । ତେଣୁ ସେ୍ ବ୍ୟାୟାମ କରିବା ପରେ ତୁରନ୍ତ ପ୍ରୋଟିନ୍ ନେଇଥାନ୍ତି । ଏହା ତାଙ୍କ ଶରୀରର ଥକ୍କାପଣକୁ ଦୂର କରିବା ସହ ମାଂସପେଶୀ ଯନ୍ତ୍ରଣା ମଧ୍ୟ କମ୍ କରିଥାଏ ।  ସେ ଖାଦ୍ୟରେ ନିୟମିତ ଅଣ୍ଡା ଖାଇଥାନ୍ତି । ଅଣ୍ଡା ମଧ୍ୟ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।

ନିକଟରେ ଆର୍ଥର ନିଜ ପତ୍ନୀମାନଙ୍କୁ  ଏକାଠି ରଖିବା ପାଇଁ ୨୦ ଫୁଟ ଲମ୍ବର ଏକ ଖଟ ତିଅରି କରି ଚର୍ଚ୍ଚାକୁ ଆସିଥିଲେ । ଏହି ଖଟକୁ ତିଆରି କରିବାକୁ ୧୨ ଜଣିଆ ଟିମ୍‌କୁ ୧୫ ଦିନ ସମୟ ଲାଗିଥିଲା । ଏହାର ମୂଲ୍ୟ ଥିଲା ୮୦ ଲକ୍ଷ  ଟଙ୍କା । ପୂର୍ବରୁ ଆର୍ଥରଙ୍କ ୯ ପତ୍ନୀ ଥିଲେ କିନ୍ତୁ ସେମାନଙ୍କ ମଧ୍ୟରୁ ୩ ଜଣ ତାଙ୍କୁ ଛାଡପତ୍ର ଦେଇଛନ୍ତି ।

Comments are closed.