Latest Odisha News

BREAKING NEWS

ବିଧାନସଭା ଆଗରେ ଯୁବକଙ୍କ ହାଇଡ୍ରାମା: ମହିଳାଙ୍କ ବେକରେ ଲଗାଇଲେ ଛୁରୀ

ଭୁବନେଶ୍ୱର: ରାଜଧାନୀରେ ଯୁବକଙ୍କ ହାଇଡ୍ରାମା । ବିଧାନସଭା ଆଗରେ ପିଏମଜି ଛକରେ ରାସ୍ତା ଉପରେ ମହିଳାଙ୍କ ବେକରେ ଛୁରୀ ଲଗାଇଲେ ଯୁବକ । ଧମକ ବି ଦେଲେ । ବ୍ୟସ୍ତବହୁଳ ରାସ୍ତା ଉପରେ ଯୁବକ ଜଣଙ୍କ ମହିଳାଙ୍କ ବେକରେ ଛୁରି ଲଗାଇ କିଛି ମନ୍ତ୍ରୀଙ୍କ ନାଁ ବି ନେଉଥିଲେ । ବେଶ କିଛି ସମୟ ରାସ୍ତା ଉପରେ ମହିଳାଙ୍କୁ ମାଡ଼ି ବସି ତାଙ୍କ ବେକରେ ଛୁରୀ ଲଗାଇଥିଲେ ଯୁବକ ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ବହୁ କସରତ ପରେ ଯୁବକଙ୍କୁ ଅଟକାଇଥିଲା । ତାଙ୍କ କବଳରୁ ମହିଳାଙ୍କୁ ଉଦ୍ଧାର କରିଥିବା ବେଳେ ସଂପୃକ୍ତ ଯୁବକଙ୍କୁ ହେପାଜତରେ ନେଇଛି ପୋଲିସ । ଏହି ଘଟଣା ପରେ କିଛି ସମୟ ପାଇଁ ସେହି ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଥିଲା । ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା ।

ମିଳିଥିବା ସୂଚନା ଅନୁସାରେ ସେମାନେ ସମ୍ପର୍କରେ ମାଆ-ପୁଅ । ନିଜ ମାଆ ବେକରେ ଯୁବକ ଜଣଙ୍କ ଛୁରୀ ଲଗାଇଥିଲା । ତାଙ୍କ ନାଁ ଜିତେନ୍ଦ୍ର ପାଲ ଓ ଘର ନୟାଗଡ଼ ଜିଲ୍ଲାରେ । ଜିତେନ୍ଦ୍ରଙ୍କ ଏଭଳି କାରନାମା ପଛର କାରଣ ଅସ୍ପଷ୍ଟ ରହିଛି ।

ବର୍ତ୍ତମାନ କଡ଼ା ସୁରକ୍ଷା ଓ କଟକଣା ଭିତରେ ବିଧାନସଭାର ମୌସୁମୀ ଅଧିବେଶନ ଚାଲିଛି । ଏଭଳି ସ୍ଥିତିରେ ସମ୍ବେଦନଶୀଳ ସ୍ଥାନରେ ଯୁବକଙ୍କ ଏଭଳି ହାଇଡ୍ରାମାକୁ ନେଇ ଏବେ ଚର୍ଚ୍ଚା ।

Leave A Reply

Your email address will not be published.