Latest Odisha News

BREAKING NEWS

୭ ମାସ ପରେ ଶୁଟିଂ ସେଟକୁ ଫେରିଲେ କୁଇନ କଙ୍ଗନା

ମୁମ୍ବାଇ: ଦୀର୍ଘ ଦିନ ପରେ କୁଇନ କଙ୍ଗନା ରାନାୱତ ଶୁଟିଂ ସେଟକୁ ଫେରିଛନ୍ତି । ସୋସିଆଲ ମିଡିଆରେ କଙ୍ଗନା ପ୍ରଶଂସକଙ୍କୁ ଏ ସମ୍ପର୍କରେ ଜଣାଇଛନ୍ତି । ମୋର ସବୁଠାରୁ ମହତ୍ୱାକାଂକ୍ଷୀ ପ୍ରୋଜେକ୍ଟ ଥାଲାଇଭିର ଶୁଟିଂରେ ଯୋଗ ଦେବାକୁ ଯାଉଛି ବୋଲି କହିଛନ୍ତି । ଏହି ଅବସରରେ ସେ କେତେକ ଫଟୋ ଶେୟାର କରିଛନ୍ତି । ସୂଚନାଯୋଗ୍ୟ, ପଲଟିକାଲ ଲିଡର ଜୟଲଳିତାଙ୍କ ଜୀବନୀ ଉପରେ ଏହି ଫିଲ୍ମ ଆଧାରିତ ।

ମଣିକର୍ଣ୍ଣିକା ଓ ବାହୁବଳୀର ଲେଖକ କେଭି ବିଜୟେନ୍ଦ୍ର ପ୍ରସାଦ ଏବଂ ଡର୍ଟି ପିକ୍‌ଚର, ୱାନ୍ସ ଓପନ ଟାଇମ ଇନ ମୁମ୍ବାଇର ରାଇଟର ରଜତ ଆରୋରା ମିଳିତ ଭାବେ ଏହାର ଷ୍ଟୋରୀ ଲେଖିଛନ୍ତି । ଏହି ଫିଲ୍ମ ପାଇଁ କଙ୍ଗନା ନିଜ ଓଜନ ବଢ଼ାଇଛନ୍ତି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁହଁ ଖୋଲି ସେ ବଲିଉଡ ଡ୍ରଗ୍ସ ଗ୍ୟାଙ୍ଗ ଓ ମହାରାଷ୍ଟ୍ର ସରକାରଙ୍କ ଟାର୍ଗେଟରେ ରହିଛନ୍ତି ।

Leave A Reply

Your email address will not be published.