Latest Odisha News

BREAKING NEWS

ସ୍ନେହ ପ୍ରେମ ସହ ଚକୋଲେଟର ସମ୍ପର୍କ କିଛି ନିଆରା: ‘ହାପି ଚକୋଲେଟ ଡେ’

ଭୁବନେଶ୍ୱର: ଚାଲିଛି ପ୍ରେମ ସପ୍ତାହ । ରୋଜ୍ ଡେ’ରୁ ଏହି ଦିବସ ଆରମ୍ଭ ହୋଇଛି । ତେବେ ଏହି ପ୍ରେମ ଯେ କେବଳ ପ୍ରେମୀ ଯୁଗଳଙ୍କ ପାଖରେ ସୀମିତ ନୁହେଁ । ପ୍ରେମୀ ଯୁଗଳଙ୍କଠାରୁ ନେଇ ଭାଇ ଭଉଣୀ ସମ୍ପର୍କ ହେଉକି ବନ୍ଧୁତ୍ୱ ସମ୍ପର୍କରେ ବି ରହିବ ନିହାତି ଦରକାର ।

ଆଉ ଏବେ ଏହି ପ୍ରେମ ସପ୍ତାହରେ ସମସ୍ତେ ମିଶି ସପ୍ତାହ ଯାଏ ପ୍ରେମ ସପ୍ତାହ ବେଶ ଧୁମଧାମରେ ସେଲିବ୍ରେଟ କରୁଚନ୍ତି। ଏଇ ଯେମିତି ଆଜି ହେଉଛି ‘ଚକୋଲେଟ୍ ଡେ’ ।

ସ୍ନେହ ପ୍ରେମକୁ ନେଇ ଏହି ଚକୋଲେଟର ସମ୍ପର୍କ ବି କିଛି ନିଆରା ।  କେବଳ ପ୍ରେମ ନୁହେଁ ନିଜ ଲୋକଙ୍କ ରାଗ ଅଭିମାନକୁ ବି ଦୂରେଇ ନିଜର କରିଦିଏ ଏହି ଚକୋଲେଟ୍। ଆଉ ସବୁ ସମ୍ପର୍କକୁ ବି ମଜବୁତ କରିଦିଏ ଏହି ଚକୋଲେଟ୍ । କେବଳ ପ୍ରେମୀ ଯୁଗଳଙ୍କ ପାଇଁ ନୁହେଁ ଭାଇ ଭଉଣୀ ହେଉ କି ନିଜ ବନ୍ଧୁ ମାନଙ୍କର ସମ୍ପର୍କକୁ ବି ମଜବୁତ କରିବାରେ ଏହି ଚକୋଲେଟ୍ ର ଅବଦାନ ବହୁତ।

ଛୋଟ ଠାରୁ ବଡ ସମସ୍ତେ ଚକୋଲେଟ ଖାଇବାକୁ ବେଶ୍ ପସନ୍ଦ କରିଥାନ୍ତି। ବଜାରରେ ମଧ୍ୟ ଭିନ୍ନ ଭିନ୍ନ ପ୍ରକାର କମ୍ପାନୀ ଏବଂ ଭିନ୍ନ ଭିନ୍ନ ସ୍ୱାଦର ଚକୋଳେଟ ମିଳିଥାଏ । ଚକୋଲେଟ୍ ଖାଇବାକୁ କେବଳ ସ୍ୱାଦିଷ୍ଟ ନୁହେଁ ବରଂ ଶରୀର ପାଇଁ ଫାଇଦା ଦେଇଥାଏ । ଆପଣଙ୍କୁ ମଧ୍ୟ ପ୍ରତିଦିନ ଚକୋଲେଟ୍ ଖାଇବା ପସନ୍ଦ ନିଶ୍ଚିତ ଥିବ। କିଟ୍‌କାଟ୍‌, ମଞ୍ଚ୍, ପର୍କ, ଅମୁଲ୍ ଡାର୍କ ଚକୋଲେଟ୍, ମିଲ୍କ୍ ଚକୋଲେଟ୍, ସେଲିବ୍ରେସନ୍, ଡାଏରି ମିଲ୍କର ବିଭିନ୍ନ ଫ୍ଲେଭର ଥିବା ଚକୋଲେଟ୍ ସବୁ ମିଳୁଛି ।

ତେବେ ଆଜିର ଦିନରେ ଭେରାଇଟି ଚକୋଲେଟ୍ ସବୁ ନିଜ ପ୍ରିଜନଙ୍କୁ ଦେଇ ମନାଇବା ଆଉ ନିଜ ସମ୍ପର୍କକୁ ମଧୁରତର କରିବା . . .

Comments are closed, but trackbacks and pingbacks are open.