Latest Odisha News

BREAKING NEWS

କେନ୍ଦୁଝର: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଅନ୍ତର୍ଗତ ବିଜଗୋଠ ବୈତରଣୀ ନଦୀ ପୋଲ ନିକଟରେ ରବିବାର ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ମୃତକଙ୍କ ନାମ ମନୋଜ ଡାଙ୍ଗୁଆ ଏବଂ ତାଙ୍କ ଘର ବିଜାଗୋଠ ଅଞ୍ଚଳରେ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।

ମିଳିଥିବା ସୂଚନାନୁଯାୟୀ ମନୋଜ ବାଂଶପାଳରୁ ବାଇକ୍ରେ ଘରକୁ ଫେରୁଥିବା ବେଳେ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲାବେଳେ ଟ୍ରାକ୍ଟର ଡ୍ରାଇଭର ଜଣକ ଫେରାର ହୋଇଯାଇଥିବା ଜଣାପଡିଛି ।

ଅନ୍ୟପକ୍ଷରେ ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବଲା ବେଳେ ଉତ୍ତ୍ୟକ୍ତ ଲୋକମାନେ ବାଂଶପାଳ-ସୁଆକାଟି ରାସ୍ତାକୁ ଅବରୋଧ କରିବା ସହ ଉକ୍ତ ଟ୍ରାକ୍ଟରକୁ ଜାଳିଦେଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.