ବ୍ରହ୍ମପୁର:ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ରେଗିଡ଼ି ଛକ ପାଖରେ କେତେକ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି। ମୃତ ଯୁବକ ଜଣକ ହେଲେ ପୁରୁଷୋତ୍ତମପୁର ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ନାହାକ। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ପୂର୍ବାହ୍ନରେ ବାଇକ୍ରେ କେଉଁଆଡ଼େ ଯାଉଥିଲେ। ଏହି ସମୟରେ ଦୁଇଟି ବାଇକ୍ରେ ୬ଜଣ ଦୁର୍ବୃତ୍ତ ପହଞ୍ଚି ଖଣ୍ଡାରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଅନ୍ୟପଟେ ଖବର ପାଇ ବ୍ରହ୍ମପୁର ସଦର ଏସ୍ଡିପିଓ ଶିବ ଶଙ୍କର ମହାପାତ୍ର, ସଦର ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଘଟଣାସ୍ଥଳରୁ ଏକ ଖଣ୍ଡା ମିଳିଛି। ତେବେ ପୂର୍ଣ୍ଣଚନ୍ଦ୍ରଙ୍କୁ କିଏ ଏବଂ କାହିଁକି ଆକ୍ରମଣ କରିଛନ୍ତି, ତାହାର ତଦନ୍ତ ଚାଲିଥିବା ପୋଲିସ ତରଫରୁ ସୂଚନା ମିଳିଛି।
BREAKING NEWS
- ବଢିବ ଶ୍ରୀମନ୍ଦିର ପରିଚାଳନା ଆୟ
- Abhijit Majumdar update: ସୁସ୍ଥ ହେଉଛନ୍ତି ଅଭିଜିତ୍, ଦୁଇଦିନ ଭିତରେ ଏମ୍ସରୁ ହୋଇପାରନ୍ତି ଡିସଚାର୍ଜ
- ଭାରତ ପାଇଁ ୟେମେନ କେତେ ଗୁରୁତ୍ୱପୂର୍ଣ୍ଣ? ସାଉଦି ଆରବ ମାଧ୍ୟମରେ କିପରି ସହାୟତା ଯୋଗାଏ ଜାଣନ୍ତୁ..
- କୋଟିପତି ପିଇଓ ଜିତେନ୍ଦ୍ର ଜେନା ଗିରଫ, ମାର୍କେଟ କମ୍ପ୍ଲେକ୍ସ ଓ ୬ ପ୍ଲଟ…
- କଂଟା ନ ଥିବା ମାଛ ତିଆରି କଲା ଚୀନ
- ମାଞ୍ଜା ସୂତା ଲାଗି ୨ ଗୁରୁତର
- 2025 memory: ୨୦୨୫ ଦେଲା ଅପୂରଣୀୟ କ୍ଷତି, ବିଦାୟ ଦେଲେ ଅନେକ ତାରକା….
- Patha Utsav 2026: ଫେରିବ ‘ପଥ ଉତ୍ସବ’, ଶୀତ ସକାଳେ ମଜା ନେବେ ରାଜଧାନୀ ବାସିନ୍ଦା
- India vs China: ଉଚିତ୍ ଜବାବ ଦେଇ ଚିନ୍ ର ମୁହଁ ବନ୍ଦ କଲା ଭାରତ
- ବିମାନ ବନ୍ଦରରୁ ୩.୯୩ କେଜି ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ
Comments are closed.