Latest Odisha News

BREAKING NEWS

ସ୍ୱାମୀ ଆଖି ଆଗରେ ପୋଖରିରେ ବୁଡ଼ିଗଲା ଗର୍ଭବତୀ ସ୍ତ୍ରୀ

ବଲାଙ୍ଗିର: ହସ୍ପିଟାଲରୁ ଚେକଅପ୍ ସାରି ଫେରୁଥିଲେ । ପେଟରେ ବଢ଼ୁଥିବା ଛୁଆକୁ ନେଇ ମନରେ ଢେର୍ ଆଶା ବି ବାନ୍ଧିଥିଲେ । ହେଲେ ହଠାତ୍ ସବୁକିଛି ଓଲଟ ପାଲଟ ହୋଇଗଲା । କାରରେ ଫେରୁଥିବା ବେଳେ କାର ଯାଇ ସିଧା ପୋଖରି ଭିତରେ ପଶିଗଲା । କୌଣସି ମତେ ସ୍ୱାମୀ ପହଁରି ପହଁରି କୂଳକୁ ପଳାଇ ଆସିଲେ । ହେଲେ ସ୍ତ୍ରୀକୁ ଉଦ୍ଧାର କରି ପାରିଲେନି ।

ସୋମବାର ବିଳମ୍ବିତ ରାତିରେ ଏ ଅଘଟଣ ଘଟିଛି ବଲାଙ୍ଗିର ଜିଲ୍ଲା ଜମସର ଗାଁ ନିକଟରେ । ଗାଁର ମୁନା ସାହୁ, ସ୍ତ୍ରୀ ପିଙ୍କିଙ୍କ ମେଡିକାଲ୍ ଚେକଅପ୍ ସାରି ଫେରୁଥିଲେ । ହଠାତ୍ ତାଙ୍କ କାର ଭାରସାମ୍ୟ ହରାଇ ରାସ୍ତା କଡ଼ ପୋଖରି ଭିତରକୁ ପସି ଯାଇଥିଲା । ମୁନା ତ ପହଁରି ପୋଖରି କୂଳକୁ ଚାଲି ଆସିଲେ । ହେଲେ ପିଙ୍କି ଆସି ପାରି ନଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ପିଙ୍କିକୁ ଉଦ୍ଧାର କରିଥିଲା ।

ପିଙ୍କିକୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଦୁନିଆ ଦେଖିବା ଆଗରୁ ପିଙ୍କିଙ୍କ ସହ ଆଖି ବୁଜିଛି ଗର୍ଭରେ ଥିବା ଛୁଆ । ଲୋଇସିଂହା ବ୍ଲକ ଘୁସୁରୁମୁଣ୍ଡା ଗାଁରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.