Latest Odisha News

BREAKING NEWS

ଆଡ଼ଭାନ୍ସ ଟିକେଟ୍ ବୁକିଂରେ ‘ଦୃଶ୍ୟମ ୨’କୁ ପଛରେ ପକାଇବ‘ଭୋଲା’

ମୁମ୍ବାଇ: ଅଜୟ ଦେବଗନଙ୍କ ସୁପରହିଟ୍ ଫିଲ୍ମ ‘ଦୃଶ୍ୟମ୍ ୨’ ବକ୍ସ ଅଫିସରେ କମାଲ କରିଥିଲା । ଏବେ ଅଜୟଙ୍କ ଅଭିନିତ ଫିଲ୍ମ ‘ଭୋଲା’କୁ ନେଇ ଖୁବ୍ ଚର୍ଚ୍ଚା । ମାର୍ଚ୍ଚ ୧୯ ତାରିଖରୁ ଏହାର ଆଡ଼ଭାନ୍ସ ଟିକେଟ ବୁକିଂ ଆରମ୍ଭ ହୋଇଛି । ଏହା ମାତ୍ର ତିନି ଦିନ ମଧ୍ୟରେ ଚମତ୍କାର ବ୍ୟବସାୟ କରିଛି । ତେଣୁ ଫିଲ୍ମ ‘ଭୋଲା’ ରିଲିଜ୍ ହେବା ପରେ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବ ବୋଲି ଏହାର ପ୍ରଡ଼କ୍ସନ ସଂସ୍ଥା ଆଶା ରଖିଛି ।

ଫିଲ୍ମ ‘ଭୋଲା’ର ଟିଜର-ଟ୍ରେଲରକୁ ପ୍ରଶଂସକ ଖୁବ୍ ପସନ୍ଦ କରିଛନ୍ତିି । ଏଥିରେ ଅଜୟଙ୍କୁ ସ୍ୱ୍‌ତନ୍ତ୍ର ଭୂମିକାରେ ଦେଖିବାକୁ ପାଇବେ ସିନେପ୍ରେମୀ । ଫିଲ୍ମ ରିଲିଜ୍ ପାଇଁ ଆହୁରି ଏକ ସପ୍ତାହ ବାକି ଅଛି । ଆଡ଼ଭାନ୍ସ ଟିକେଟ ବୁକିଂର ପ୍ରଥମ ଦିନରେ ‘ଭୋଲା’ ବହୁତ ଭଲ ବ୍ୟବସାୟ କରିଛି । ଦିନକୁ ଦିନ ଏହାର ଟିକେଟ୍ ବୁକିଂ ଆହୁରି ବୃଦ୍ଧି ପାଉଛି । ମାତ୍ର ତିନି ଦିନ ମଧ୍ୟରେ ଏକ କୋଟି ଟଙ୍କା ରୋଜଗାର କରିଛି ।

ଫିଲ୍ମ ‘ଭୋଲା’ ମାର୍ଚ୍ଚ ୩୦ ମୁକ୍ତିଲାଭ କରିବ । ଏଥିରେ ଅଜୟ ଦେବଗନ ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ ତବୁ ଏବଂ ଅଜୟଙ୍କ ବ୍ୟତୀତ ସଞ୍ଜୟ ମିଶ୍ର, ଗଜରାଜ ରାଓ, ମକରନ୍ଦ ଦେଶପାଣ୍ଡେ, କିରଣ କୁମାର ଏବଂ ଦୀପକ ଡୋବ୍ରିଆଲ ମଧ୍ୟ ଅଭିନୟ କରିଛନ୍ତି ।

Leave A Reply

Your email address will not be published.