Latest Odisha News

BREAKING NEWS

ସାଂସଦ ପ୍ରଜ୍ଞା ଠାକୁରଙ୍କୁ ପାର୍ଲାମେଣ୍ଟ୍‌ର ପ୍ରତିରକ୍ଷା ପାନେଲରୁ ବାଦ୍ ଦେଲା ବିଜେପି

ନୂଆଦିଲ୍ଲୀ: ଭୋପାଳ ଲୋକସଭା ସାଂସଦ ତଥା ବିଜେପି ନେତ୍ରୀ ସ୍ୱାଧି ପ୍ରଜ୍ଞା ଠାକୁରଙ୍କୁ ସଂସଦୀୟ ପ୍ରତିରକ୍ଷା ପାନେଲରୁ ବାଦ୍ ଦେଇଛି ବିଜେପି ।

ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ତାନ ଟିମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ,ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବା ସମୟରେ ବୁଧବାର ଦିନ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେଙ୍କ ବିଷୟରେ ଦେଇଥିବା ମନ୍ତବ୍ୟ କାରଣରୁ ସାଂସଦ ପ୍ରଜ୍ଞା ଠାକୁରଙ୍କୁ ଭାରତୀୟ ଜନତା ପାର୍ଟି ନିନ୍ଦା କରିବା ସହ ସଂସଦୀୟ ପ୍ରତିରକ୍ଷା ପାନେଲରୁ ମଧ୍ୟ ପ୍ରଜ୍ଞାଙ୍କୁ ବାଦ ଦେଇଛି । ଏହାସହ ଶୀତକାଳୀନ ଅଧିବେଶନର ବାକି ଦିନରେ ହେବାକୁ ଥିବା ସାଂସଦମାନଙ୍କର ନିୟମିତ ବୈଠକରେ ଯୋଗ ଦେବାକୁ ପ୍ରଜ୍ଞା ଠାକୁରଙ୍କୁ ବାରଣ କରିଥିବା ଏହି ରିପୋର୍ଟରେ ପ୍ରକାଶ ।

ମିଳିଥିବା ସୂଚନା ଅନୁସାରେ ପ୍ରଜ୍ଞା ଠାକୁର ବୁଧବାର ସଂସଦରେ ନାଥୁରାମ ଗଡ଼ସେଙ୍କୁ ଦେଶଭକ୍ତ ବୋଲି କହିଥିଲେ । ଏସପିଜି ସଂଶୋଧନ ବିଲ ଉପରେ ଚର୍ଚ୍ଚା ଚାଲିଥିବା ବେଳେ ପ୍ରଜ୍ଞା ଠାକୁର ଏହି ପ୍ରସଙ୍ଗରେ ଜବାବ ଦେଇ ନାଥୁରାମ ଗଡ଼ସେଙ୍କୁ ଦେଶଭକ୍ତ କହିଥିଲେ । ଏହାକୁ ନେଇ ଗୃହରେ କଂଗ୍ରେସ ଦଳ ହୋହଲ୍ଲା କରିଥିଲା ।

ତେବେ ଗୁରୁବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ପ୍ରସଙ୍ଗରେ ମତ ରଖି କହିଛନ୍ତି ଯେ, ନାଥୁରାମ ଗଡ଼ସେଙ୍କୁ ଦେଶଭକ୍ତ କହିବା ଭାବନା ଅତ୍ୟନ୍ତ ନୀନ୍ଦନୀୟ ।

ଗୁରୁବାର ସକାଳେ ବିଜେପିର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି: ଗତକାଲି ପାର୍ଲାମେଣ୍ଟ୍‌ରେ ପ୍ରଜ୍ଞା ଠାକୁରଙ୍କ ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ ଥିଲା । ବିଜେପି କଦାପି ଏ ଭଳି ମନ୍ତବ୍ୟ କିମ୍ବା ଆଦର୍ଶବାଦକୁ ସମର୍ଥନ କରେନାହିଁ।

ପ୍ରଜ୍ଞା ଠାକୁରଙ୍କ ଏଭଳି ମନ୍ତବ୍ୟ ପାଇଁ ତାଙ୍କୁ ଶୀତକାଳୀନ ଅଧିବେଶନର ବାକି ଦିନରେ ହେବାକୁ ଥିବା ସାଂସଦମାନଙ୍କର ନିୟମିତ ବୈଠକରେ ଯୋଗ ଦେବାକୁ ବାରଣ କରାଯାଇଛି ବୋଲି ଏହି ରିପୋର୍ଟରେ ପ୍ରକାଶ।

Leave A Reply

Your email address will not be published.