ଗ୍ରୀନ୍ ମଟରକୁ ଆମେ ବିଭିନ୍ନ ପ୍ରକାର ଖାଦ୍ୟରେ ବ୍ୟବହାର କରିଥାନ୍ତି । ଉଭୟ ଭେଜ ଓ ନନ୍ଭେଜ ଖାଦ୍ୟରେ ମଟର ବ୍ୟବହାର ଖାଦ୍ୟକୁ ଅଧିକ ସୁସ୍ୱାଦୁ କରିଥାଏ । କିନ୍ତୁ ଏହି ମଟରକୁ ପାଟିରେ ଫୁଙ୍କି ରେକର୍ଡ଼ କରିହେବ ଏ କଥା ଭାବିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ । କିନ୍ତୁ ଥରେ କି ଦୁଇଥର ନୁହେଁ ଲଗାତର ୪ ଥର ସେ ବିଶ୍ୱ ରେକର୍ଡ଼ କଲେଣି । ସେ ହେଉଛନ୍ତି ଡ଼େଭିଡ଼ ରଶ୍ ।
ଏବେ ଆସନ୍ତୁ ଜାଣିବା କ’ଣ ରହିଛି ଏହି ମଟରକୁ ଫୁଙ୍କି ବିଶ୍ୱରେକର୍ଡ଼ କରିବାର ପ୍ରକୃତ କଥା । ଆମେରିକାର ଡ଼େଭିଡ଼ ରଶ୍ । ତାଙ୍କର ଇଛା ସବୁବେଳେ କିଛି ନୂଆ କରିବା । ଛୋଟିଆ ମଟରକୁ ନେଇ କିଛି କରିବାକୁ ଉଦ୍ୟମ କଲେ । ବହୁତ ଚିନ୍ତା କରିବା ପରେ ଭାବିଲେ ମଟରକୁ ପାଟିରେ ଫୁଙ୍କି କେତେଦୂର ନେଇ ହେବ ତାହା ଅଭ୍ୟାସ କଲେ । ଏହି ଅଭ୍ୟାସ ତାଙ୍କୁ ବିଶ୍ୱ ରେକର୍ଡ଼ କରିବ ଏ କଥା କେବେ ଭାବି ନ ଥିଲେ । ଆଉ ଏବେ ପାଲଟି ଯାଇଛନ୍ତି ଜଣେ ସିରିୟଲ ୱାଲର୍ଡ଼ ରେକର୍ଡ଼ ବ୍ରେକର । ୬ ବର୍ଷ ତଳେ ପ୍ରଥମେ ସେ ମଟରକୁ ୨୪ ଫୁଟ ଦୂର ଫୁ୍ଙ୍କି ରେକର୍ଡ଼ କରିଥିଲେ । ପୁଣି ମଟରକୁ ୪୧ ଫୁଟ ଦୂର ଫୁଙ୍କି ଦ୍ୱିତୀୟ ଥର ବିଶ୍ୱ ରେକର୍ଡ଼ କଲେ । ଏହାପରେ ତାଙ୍କର ଆଗ୍ରହ ଆହୁରି ବଢିଲା । ପୁଣି ତୃତୀୟ ଥର ରେକର୍ଡ଼ କରିବାକୁ ଚେଷ୍ଟା ଜାରି ରଖିଲେ । ସେଥିରେ ବି ସଫଳ ହେଲେ । ୫୨ ଫୁଟ୍ ଦୂର ମଟରକୁ ଫୁଙ୍କି ତୃତୀୟ ଥର ରେକର୍ଡ଼ କଲେ । ଆଉ ଏବେ ଚତୁର୍ଥ ଥର ୮୪ ଫୁଟ୍ ୧୧.୨୫ ଇଞ୍ଚ ଫୁଙ୍କି ପୂର୍ବ ତିନି ରେକର୍ଡ଼କୁ ଭାଙ୍ଗି ନୂଆ ରେକର୍ଡ଼ କରିଛନ୍ତି ।
Comments are closed.