Latest Odisha News

BREAKING NEWS

ଶ୍ରୀଦେବୀଙ୍କ ଜୀବନୀକୁ ନେଇ ପ୍ରକାଶ ପାଇବ ପୁସ୍ତକ ‘ଶ୍ରୀଦେବୀ-ଦି ଲାଇଫ ଅଫ ଲିଜେଣ୍ଡ’

ମୁମ୍ବାଇ: ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଫ୍ୟାନ ଓ ଫଲୋଅର୍ସଙ୍କ ପାଇଁ ଖୁସି ଖବର । ଶ୍ରୀଦେବୀଙ୍କ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇବାକୁ ଯାଉଛି । ଯାହାର ନାଁ ରହିଛି ‘ଶ୍ରୀଦେବୀ-ଦି ଲାଇଫ ଅଫ ଲିଜେଣ୍ଡ’ ।

୨୦୧୮ ମସିହାରେ ଶ୍ରୀଦେବୀଙ୍କ ମୃତ୍ୟୁ ଘଟିଥିଲା । ତାଙ୍କ ସ୍ମୃତିରେ ‘ଶ୍ରୀଦେବୀ-ଦି ଲାଇଫ ଅଫ ଲିଜେଣ୍ଡ’ ନାମକ ଏହି ପୁସ୍ତକ ରଚନା କରାଯିବ । ଶୀଦେବୀଙ୍କ ଜୀବନ ଓ କ୍ୟାରିୟରର ପ୍ରମୁଖ ଦିଗକୁ ଲୋକଲୋଚନକୁ ଆଣିବ ଏହି ପୁସ୍ତକ । ଏନେଇ ଶ୍ରୀଦେବୀଙ୍କ ସ୍ୱାମୀ ବୋନି କପୁର କହିଛନ୍ତି, ଶ୍ରୀଦେବୀ ପ୍ରକୃତିର ଶକ୍ତି ଥିଲେ । ସେ ମଧ୍ୟ ଜଣେ ନିର୍ଭିକ ବ୍ୟକ୍ତି ଥିଲେ । ଶ୍ରୀଦେବୀଙ୍କ ଜୀବନୀ ଉପରେ ଏକ ପୁସ୍ତକର କାମ ଚାଲିଛି । ଚଳିତ ବର୍ଷ ଶେଷ ସୁଦ୍ଧା ଏହା ରିଲିଜ ହେବ । ଏହି ପୁସ୍ତକକୁ ଲେଖକ ଧୀରଜ କୁମାର ଲେଖିଛନ୍ତି । ଧୀରଜଙ୍କୁ ନିଜ ପରିବାରର ସଦସ୍ୟ ବୋଲି ଭାବୁଥିଲେ ଶ୍ରୀଦେବୀ । ଏହି ପୁସ୍ତକ ୱେଷ୍ଟଲ୍ୟାଣ୍ଡ ବୁକ୍ ଦ୍ୱାରା ପ୍ରକାଶିତ ହେବ ବୋନି କପୁର କହିଛନ୍ତି ।

Leave A Reply

Your email address will not be published.