Latest Odisha News

ବାଲେଶ୍ୱରରେ ଫୁଟିଲା ଗୁଳି, ଯୁବକ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଜିଲାର ବସ୍ତା ଥାନା ଅଧୀନ ବାସୁ ଚକୁରାଇରେ ଫୁଟିଲା ଗୁଳି । ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତର ଆହତ ଜଣକ ହେଲେ ନିମା ଗ୍ରାମର ସୁଧାଂଶୁ ଜେନା । ତାଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

ସୁଚନା ଅନୁଯାୟୀ, ସୁଧାଂଶୁ ଏବଂ ତାଙ୍କର ଜଣେ ବନ୍ଧୁଙ୍କ ସହିତ ନିଜ ଘରକୁ ଫେରୁଥିବା ବେଳେ ବାସୁ ଚକୁରାଇ ଗାଁର ୟୁପି ସ୍କୁଲ ନିକଟରେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ନିକଟରୁ ବାଇକ ଏବଂ ମୋବାଇଲ ଛଡ଼ାଇବା ପାଇଁ ଉଦ୍ୟମ କରିଥିଲେ । ସୁଧାଂଶୁ ତାଙ୍କୁ ବିରୋଧୀ କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚାଳନା କରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ ।

ସୁଧାଂଶୁଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି । ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ଉଦ୍ଧାର କରି ଚିକିତ୍ସାା ପାଇଁ ବସ୍ତା ଡାକ୍ତରଖାନାକୁ ନେଇଥିଲେ । ପରେ ଅବସ୍ଥା ସଂକଟାପନ୍ନ ହେବାରୁ ସୁଧାଂଶୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.