Latest Odisha News

BREAKING NEWS

ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ; ଯୁବକଙ୍କୁ ଗୋଡ଼ାଇ ହାଣିଲେ

ଭୁବନେଶ୍ବର: ପୁଣି ଅସୁରକ୍ଷିତ ହୋଇପଡିଛି ରାଜଧାନୀ ଭୁବନେଶ୍ବର । ଗତକାଲି ବିଳମ୍ବିତ ରାତିରେ ଶିଶୁଭବନ ଟ୍ରାଫିକ ଛକରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ୮ ଜଣ ଦୁର୍ବୃତ୍ତ । ଫଳରେ ଯୁବକ ଜଣକ ଗୁରୁତର ହୋଇଥିଲେ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି ।

ମିଳିଥିବା ସୂଚନା ଅନୁସାରେ, ଦୁର୍ବୁତ୍ତଙ୍କ ସଂଘବଦ୍ଧ ଆକ୍ରମଣରେ ଗୁରୁତର ହୋଇଥିବା ଯୁବକ ଜଣକ ହେଲେ ବିକି ନାୟକ । ନୂଆ ଫରେଷ୍ଟ ପାର୍କ ରୋଡରେ ବିକି ବାଇକରେ ଯାଉଥିବାବେଳେ ଏକ କାରରେ ୮ ରୁ ୧୦ ଜଣ ଯୁବକ ଆସି ଏକ ବାଇକକୁ ଧକ୍କା ଦେଇଥିଲେ । ଏହାପରେ ମାରଣାସ୍ତ୍ର ଧରି ଗୋଡାଇ ଗୋଡାଇ ଯୁବକଙ୍କୁ ହାଣିଥିଲେ । ତେବେ

ଖବରପାଇ ଏୟାରପୋର୍ଟ ଥାନା ପୋଲିସ ବିକିଙ୍କୁ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସପିଟାଲ ପଠାଇଥିଲା । ହେଲେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସିସିଟିଭି ଯାଞ୍ଚ କରି ଅପରାଧୀଙ୍କୁ ଖୋଜୁଛି ପୋଲିସ ।

Comments are closed.