Latest Odisha News

BREAKING NEWS

ବିଚ୍ ରାସ୍ତାରେ ନାବାଳିକାଙ୍କୁ ଯୁବକଙ୍କ ଆକ୍ରମଣ ଅଭିଯୋଗ

ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠସ୍ଥ ଗୋପାଳପୁର ଛକ ନିକଟରେ ରବିବାର ରାତିରେ ଏକ ନାବାଳିକା ଓ ପରିବାର ବର୍ଗଙ୍କୁ ସର୍ବସମ୍ମୁଖରେ ଜଣେ ଯୁବକ ମାଡପିଟ୍ କରିବା ନେଇ ଅଭିଯୋଗ ହୋଇଛି ।

ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ସମ୍ପୃକ୍ତ ନାବାଳିକା ଜଣକ ନିଜ ସମ୍ପର୍କୀୟଙ୍କ ସହ କାରରେ ଯାଉଥିବାବେଳେ ଅଚାନକ ଜଣେ ଯୁବକ ବାଇକରେ ଆସି କାର୍ ଆଗରେ ଗାଡି ରଖିବା ସହ ଚାବି ନେଇଯାଇଥିଲା ।

ପରେ ସେମାନେ ଚାବି ମାଗିବାରୁ ଯୁବକ ଜଣକ ନାବାଳିକାଙ୍କୁ ଗାଡିରୁ ଟାଣିଆଣି ମାଡ ମାରିଥିଲା ଏବଂ ଏନେଇ ସମ୍ପର୍କୀୟ ମାନେ ବିରୋଧ କରିବାରୁ ସେ ସେମାନଙ୍କୁ ମଧ୍ୟ ମାଡପିଟ୍ କରିଥିଲା । ପରବର୍ତ୍ତୀ ସମୟରେ କାର୍ ଚାବି ଦେଇ ଯୁବକଜଣକ ଫେରାର ହୋଇଯାଇଥିଲା ।

ଏହି ଘଟଣାରେ ନାବାଳିକା ଓ ତା’ର ସମ୍ପର୍କୀୟ ଥାନାରେ ଏତଲା ଦେଇଛନ୍ତି । ସେମାନଙ୍କ ଏତଲାକୁ ଆଧାର କରି ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଧରିବା ଲାଗି ଛାନଭିନ୍ନ ଆରମ୍ଭ କରିଥିବା ଜଣାପଡିଛି ।

ତେବେ ଉକ୍ତ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଖୁବଶୀଘ୍ର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.