Latest Odisha News

ଆଜିବି ଏହି ସ୍ଥାନରେ ଅଛନ୍ତି ଭୀମଙ୍କ ରାକ୍ଷସୀ ପତ୍ନୀ ‘ହିଡିମ୍ବାଙ୍କ ବଂଶଜ’ !

ଭୁବନେଶ୍ୱର: ଦ୍ୱାପର ଯୁଗର ମହାଭାରତ କଥା ସମସ୍ତଙ୍କୁ ଅଳ୍ପ ବହୁତେ ଜଣାଥିବ। ଆପଣ ଯଦି ମହାଭାରତ ପଢିଥିବେ ଅଥବା ଶୁଣିଥିବେ ତେବେ, ଦ୍ଵିତୀୟ ପାଣ୍ଡବ ମହାବଳୀ ଭୀମଙ୍କର ଜଣେ ରାକ୍ଷସୀ ପତ୍ନୀ ଥିବା ଜାଣିଥିବେ, ହେଲେ କଣ ଆପଣ ଜାଣନ୍ତି ରାକ୍ଷସୀ ହିଡ଼ିମ୍ବାଙ୍କ ବଂଶଧର ଏବେବି ଅଛନ୍ତି । ଆସନ୍ତୁ ଜାଣିବା ହିଡ଼ିମ୍ବା ରାକ୍ଷାସୀଙ୍କ ରହୁଥିବା ରାଜ୍ୟ ସଂପର୍କରେ

ନାଗାଲାଣ୍ଡ ଠାରେ ଅଛନ୍ତି ହିଡ଼ିମ୍ବା ରାକ୍ଷାସୀଙ୍କ ବଂଶଧର । ପୂର୍ବରୁ ଏହି ସ୍ଥାନକୁ ନାଗାହିଲ୍ସ ବା ତୁଏନସାଙ୍ଗଳ ବୋଲି କୁହାଯାଉଥିଲା।

୧୯୬୧ ମସିହାରେ ଏହି ସ୍ଥାନର ନାଁ ପରିବର୍ତ୍ତନ କରାଯାଇ ନାଗାଲାଣ୍ଡ ରଖାଯାଇଥିଲା। ପ୍ରଥମରୁ ହିଁ ନାଗାଲାଣ୍ଡ କେନ୍ଦ୍ର ଶାସିତ ଅଞ୍ଚଳ ଥିଲା।

ନାଗାଲାଣ୍ଡର ସବୁଠାରୁ ବଡ ସହର ହେଉଛି ଦିମାପୁର । ଏହି ଦିମାପୁରକୁ ନାଗାଲାଣ୍ଡର ପ୍ରବେଶ ଦ୍ବାରା ବୋଲି ମଧ୍ୟ କୁହାଯାଏ। ଏହି ରାଜ୍ୟର ଉତ୍ତର ଦିଗରେ ଅରୁଣାଚଳ ପ୍ରଦେଶ, ପଶ୍ଚିମ ଦିଗରେ ଆସାମ ଓ ଦକ୍ଷିଣ ଦିଗରେ ମଣିପୁର ରାଜ୍ୟ ରହିଛି। ଏଥିସହ ନାଗାଲାଣ୍ଡର ପୂର୍ବଦିଗରେ ମିଆଁମାର ଦେଶ ରହିଛି।

ଦିମାପୁରରେ ମହାଭାରତର ଐତିହାସିକ ପ୍ରତିଛବି ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।ଆଜି ବି ଏହି ସ୍ଥାନରେ ହିଡ଼ିମ୍ବାଙ୍କ ଘର ରହିଛି। ଯେଉଁଠି ପଶାପାଲି ଖେଳର ଉଚ୍ଚା ଉଚ୍ଚା ଗୋଟି ପଡି ରହିଛି।ଏହମଧ୍ୟରୁ କିଛି ମଧ୍ୟ ଭାଙ୍ଗିଗଲାଣି । କୁହାଯାଏ ଏହି ଗୋଟିରେ ଭୀମ ଓ ତାଙ୍କ ପୁଅ ଘଟୋତ୍କଚ ସହ ମିଶି ପଶାପାଲି ଖେଳୁଥିଲେ। ବନବାସ ସମୟରେ ପାଣ୍ଡବମାନେ ଏହି ସ୍ଥାନରେ ବହୁ ସମୟ କାଟିଥିଲେ।

ଦିମାପୁରକୁ ହିଡ଼ିମ୍ବାପୁର ନାଁରେ ମଧ୍ୟ ଲୋକେ ଜାଣନ୍ତି। ମହାଭାରତ ସମୟ​‌ରେ ଏହି ସ୍ଥାନରେ ହିଡ଼ିମ୍ବା ରାକ୍ଷସ ଓ ତାଙ୍କ ଭଉଣୀ ରହୁଥିଲେ। ସେହି ସମୟରେ ହିଡ଼ିମ୍ବା ରାକ୍ଷସୀ ଭୀମଙ୍କୁ ବିବାହ କରିଥିଲେ । ମହାଭାରତ ଯୁଦ୍ଧ ବେଳେ ସହାୟତା କରିବା ପାଇଁ ଘଟୋତ୍କଚ ଭୀମଙ୍କ ନିକଟରେ ପହଞ୍ଚିଥିଲେ । ଘଟୋତ୍କଚ ଏମିତି ବଳଶାଳୀ ଥିଲେ ଯେ, ସମଗ୍ର ମହାଭାରତ ଯୁଦ୍ଧକୁ ଗୋଟିଏ ଦିନରେ ସାରିବାର କ୍ଷମତା ତାଙ୍କର ଥିଲା । ହେଲେ ଶ୍ରୀକୃଷ୍ଣଙ୍କ ଚକ୍ରାନ୍ତ ଯୋଗୁଁ ମହାଭାରତ ଯୁଦ୍ଧରେ କର୍ଣ୍ଣଙ୍କ ଦ୍ବାରା ସେ ବଧ ହୋଇଥିଲେ । ନାଗାଲାଣ୍ଡର ଦିମାପୁର ଠାରେ ଆଜିବି ହିଡିମ୍ବା ରାକ୍ଷସୀର ବଂଶଜ ମାନେ ରହୁଥିବା ବିଶ୍ୱାସ ରହିଛି ।

Leave A Reply

Your email address will not be published.