Latest Odisha News

BREAKING NEWS

କୁଆଖାଇ ନଦୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ଭୁବନେଶ୍ୱର: ଭୁବନେଶ୍ୱରର ଉପକଣ୍ଠରେ ଥିବା କୁଆଖାଇ ନଦୀରୁ ରବିବାର ଦିନ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି ।

ପ୍ରାପ୍ତ ସୂଚନାନୁଯାୟୀ ବାଲିଅନ୍ତା ଅନ୍ତର୍ଗତ ବାଙ୍କୁଆଳ ନିକଟରେ ଜଣେ ଯୁବକଙ୍କର ମୃତଦେହ ଭାସୁଥିବା ନେଇ ସ୍ଥାନୀୟ ବାସିନ୍ଦା ଦେଖିବାକୁ ପାଇଥିଲେ । ପରେ ଏନେଇ ସେମାନେ ବାଲିଥାନା ପୋଲିସକୁ ସୂଚନା ଦେଇଥିଲେ ।

ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ବାଲିଅନ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ନଦୀ ମଧ୍ୟରୁ ମୃତଦେହକୁ ଉଦ୍ଧାର କରିଥିଲେ ।

ପରବର୍ତ୍ତୀ ସମୟରେ ପୋଲିସ ମୃତବ୍ୟକ୍ତିଙ୍କର ପକେଟରୁ ମୋବାଇଲ୍ ଫୋନ୍ ଜବତ କରିଥିବା ବେଳେ ଏଯାବତ୍ ସମ୍ପୃକ୍ତ ଯୁବକଙ୍କ ପରିଚୟ ମିଳିପାରିନାହିଁ ।

ତେବେ ପ୍ରାୟ ୫ ଦିନ ପୂର୍ବରୁ ଯୁବକଙ୍କ ମୃତ୍ୟୁ ଘଟିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.