Latest Odisha News

BREAKING NEWS

ଓସ୍କାର୍ ଲାଗି ଭାରତ ପକ୍ଷରୁ ମନୋନୀତ ହେଲା ‘ଗଲି ବୟ’

ମୁମ୍ବାଇ: ବଲିଉଡ଼ର ଚୁଲବୁଲୀ ନାୟିକା ଆଲିୟା ଭଟ୍ଟ ଓ ଷ୍ଟାଇଲିସ୍ ଆକ୍ଟର୍ ରଣବୀର ସିଂହଙ୍କ ଅଭିନୀତ ‘ଗଲି ବୟ’କୁ ଭାରତ ପକ୍ଷରୁ ୯୨ତମ ଓସ୍କାର ପୁରସ୍କାର ଲାଗି ମନୋନୀତ କରାଯାଇଛି।

ଓସ୍କାରରେ ସର୍ବଶ୍ରେଷ୍ଠ ଇଣ୍ଟରନ୍ୟାସନାଲ୍ ଫିଚର ଫିଲ୍ମ ବର୍ଗରେ ଏହି ଫିଲ୍ମକୁ ଭାରତ ପକ୍ଷରୁ ଚୟନ କରାଯାଇଛି ।

ଚଳିତ ବର୍ଷ ଓସ୍କାର ଦୌଡରେ ୨୭ଟି ଚଳଚ୍ଚିତ୍ର ଥିବାବେଳେ ସେଥିମଧ୍ୟରୁ ଗଲି ବୟକୁ ଚୟନ କରାଯାଇଥିଲା ।

ଫେବୃଆରୀ ୧୪ ତାରିଖରେ ରିଲିଜ୍ ହୋଇଥିବା ଏହି ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିବା ସହିତ ୧୦୦ କୋଟି କ୍ଲବରେ ସାମିଲ୍ ହୋଇପାରିଥିଲା ।ଜୋୟା ଅଖତାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଗଲି ବୟ’ ଏବେ ଆଶାନୁରୁପ ସଫଳତା ହାସଲ କରିପାରିଛି ।

ଏଥିରେ ବସ୍ତି ବାସିନ୍ଦା ବା ଜଣେ ଗଲି ବୟ ଭୁମିକାରେ ରଣବୀର ମୁରାଦ ନାମରେ ଅଭିନୟ କରିଛନ୍ତି । ଧରାଭୀ ବସ୍ତିରେ ମୁରାଦର ଏକ ଝିଅ ସହିତ ପ୍ରେମ ସମ୍ପର୍କ ସ୍ଥାପନ ହେବାପରେ ଘରଟିଏ ପାଇବାକୁ ଅନେକ କାମ କରିବାକୁ ପଡୁଛି ଏହି ଫିଲ୍ମଟିରେ ସୁନ୍ଦର ଭାବେ ଚିତ୍ରଣ କରାଯାଇଛି।

Leave A Reply

Your email address will not be published.