Latest Odisha News

ମହୋଦଧିରୁ ଉଦ୍ଧାର ହେଲେ ମହାପ୍ରଭୁ, ସବୁଠି ନିନ୍ଦା…

ପୁରୀ: କୋଟି ଓଡିଆଙ୍କ ମଉଡମଣି ମହାପ୍ରଭୁଙ୍କୁ ଅପମାନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ବେଳାଭୂମିରେ ଭାସିଵାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଵାରେ ଲାଗିଛି। ଯାହା କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛି।

ଏହା ପୁରୀ ବେଳାଭୂମିର ଦୃଶ୍ୟ ବୋଲି ଭିଜୁଆଲକୁ ଦେଖିଲେ ଅନୁମାନ କରାଯାଉଛି। ତେବେ କିଏ ଓ କାହିଁକି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମୂର୍ତ୍ତି ବେଳାଭୂମିରେ ଭସେଇଛି ସେନେଇ କିଛି ସ୍ପଷ୍ଟ ସୂଚନା ନଥିବା ବେଳେ ଏ ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି। ବେଳାଭୂମିରେ ମହାପ୍ରଭୁଙ୍କ ମୂର୍ତ୍ତି ଭାସୁଥିବାର ଦେଖି କିଛି ପର୍ଯ୍ୟଟକ ମୂର୍ତ୍ତିକୁ ପାଣି ଭିତରୁ ଆଣୁଥିବା ବେଳେ ଆଉ କିଛି ପର୍ଯ୍ୟଟକ ମାନେ ସେଲଫି ନେଉଛନ୍ତି।

ତେବେ ବେଳାଭୂମିରେ ମହାପ୍ରଭୁଙ୍କ ମୂର୍ତ୍ତିକୁ ଉଦ୍ଧାର ସମୟରେ ସେଲଫି ନେବା ଦୃଶ୍ୟକୁ ନେଇ ମଧ୍ୟ ସମାଲୋଚନା କରାଯାଉଛି।

 

Comments are closed.