Latest Odisha News

BREAKING NEWS

ଖୁବଶୀଘ୍ର ୟୁଟ୍ୟୁବ ଆଣିବ ଅନଲାଇନ୍ ଗେମ୍ସ

ଓଡିଶା ସମ୍ବାଦ ବ୍ୟିରୋ: ସର୍ବଭାରତୀୟ ସ୍ତରରେ ଲୋକପ୍ରିୟ ଭିଡିଓ ସେୟାରିଂ ପ୍ଲାଟଫର୍ମ ୟୁଟ୍ୟୁବ୍ ଆଣିବାକୁ ଯାଉଛି ଅନଲାଇନ୍ ଗେମ୍। ଏଥିପାଇଁ ଏକ ପ୍ରଡକ୍ଟ ଟେଷ୍ଟ କରିବା ଆରମ୍ଭ କରିଛି। ‘ପ୍ଲେଏବଲ୍ସ'(Playables) ନାମକ ଏକ ନୂତନ ପ୍ରଡକ୍ଟ ଟେଷ୍ଟିଂ କରିବାକୁ କମ୍ପାନୀ କର୍ମଚାରୀମାନଙ୍କୁ ଆମନ୍ତ୍ରଣ କରିଛି। ଏଥିରେ ଷ୍ଟକ୍ ବାଉନ୍ସ ପରି ଗେମ୍ସ ଟେଷ୍ଟିଂ ପାଇଁ ଉପଲବ୍ଧ ରହିଛି।

ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟରେ ଦର୍ଶାଯାଇଛି ଯେ ୟୁଟ୍ୟୁବ୍ ଏହାର ପ୍ୟାରେଣ୍ଟ୍ କମ୍ପାନୀ ଗୁଗୁଲର କର୍ମଚାରୀମାନଙ୍କୁ ଏହି ବିଷୟରେ ଏକ ଇମେଲ୍ ପଠାଇଛି। ଏହି ଗେମ୍ସକୁ ୱେବ୍ ବ୍ରାଉଜରରେ ୟୁଟ୍ୟୁବ୍ ସାଇଟ୍, ଗୁଗୁଲର ଆଣ୍ଡ୍ରଏଡ୍ କିମ୍ବା ଆପଲ୍‌ର ଆଇଓଏସ୍ ମୋବାଇଲ୍ ଡିଭାଇସ୍ ମାଧ୍ୟମରେ ଖେଳାଯାଇପାରିବ। ୟୁଟ୍ୟୁବର ପ୍ରବକ୍ତା କହିଛନ୍ତି ଯେ କମ୍ପାନୀର ଧ୍ୟାନ ବର୍ତ୍ତମାନ ଗେମିଙ୍ଗସ୍ ଉପରେ ରହିଛି। ନୂତନ ଫିଚରଗୁଡିକ ସହ ଏକ୍ସପେରିମେଣ୍ଟ କରାଯାଉଛି।

ଅନେକ ୟୁଜର୍ସ ୟୁଟ୍ୟୁବରେ ଗେମ୍ ଷ୍ଟ୍ରିମ୍ କରନ୍ତି ଏବଂ ଖେଳର ଲାଇଭ୍ ଷ୍ଟ୍ରିମିଂ ଦେଖନ୍ତି। ବିଜ୍ଞାପନ ରେଭିନ୍ୟୁ ହ୍ରାସ ଯୋଗୁଁ ଅଭିବୃଦ୍ଧି ପାଇଁ ନୂତନ କ୍ଷେତ୍ର ଅନୁସନ୍ଧାନ କରିବାକୁ କମ୍ପାନୀର ସିଇଓ ନୀଲ ମୋହନ ଯୋଜନା କରିଛନ୍ତି ଏବଂ ଏଥିରେ ଅନଲାଇନ୍ ଗେମ୍ସ ଅନ୍ତର୍ଭୁକ୍ତ କରିବାକୁ ଯୋଜନା କରିଛନ୍ତି। ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ପ୍ରାଥମିକ ଟେଷ୍ଟିଂ ପାଇଁ କର୍ମଚାରୀଙ୍କ ପାଇଁ ଅନେକ ଗେମ୍ସ ଉପଲବ୍ଧ କରାଯାଇଛି। ବିଜ୍ଞାପନ ସହିତ ଷ୍ଟକ୍ ବାଉନ୍ସ ଆର୍କେଡ୍ ଗେମ୍ ଏଥିରେ ଅନ୍ତର୍ଭୂକ୍ତ। ଏହି ଖେଳରେ ଖେଳାଳୀମାନଙ୍କୁ ଏକ ବାଉନ୍ସ ବଲ୍ ସହିତ ବ୍ରିକ୍ସର ଲେୟର ଭାଙ୍ଗିବାକୁ ପଡିବ। ଅନଲାଇନ୍ ଗେମିଂ ୟୁଟ୍ୟୁବକୁ ଗେମିଙ୍ଗ ଇଣ୍ଡଷ୍ଟ୍ରିରୁ ଅଧିକ ରେଭିନ୍ୟୁ ଆଣିବା ପାଇଁ ଏହା ଅନ୍ୟ ଏକ ଉପାୟ।

ଏହା ବ୍ୟତୀତ କମ୍ପାନୀ କିଛି ନୂତନ ଫିଚର ଆରମ୍ଭ କରିବାକୁ ଯୋଜନା କରିଛି। ଦକ୍ଷିଣ କୋରିଆରେ ଲଞ୍ଚ ହେବାକୁ ଥିବା ୟୁଟ୍ୟୁବର ପ୍ରଥମ ସପିଂ ଚ୍ୟାନେଲ ଏଥିରେ ଅନ୍ତର୍ଭୁକ୍ତ। ଗୁଗୁଲ୍ ଚଲାଉଥିବା କମ୍ପାନୀ ଆଲଫାବେଟ୍ ମାଲିକାନାରେ ଥିବା ୟୁଟ୍ୟୁବ୍ ଗତ କିଛି ବର୍ଷ ଧରି ଟିକଟୋକ୍ ଠାରୁ କଡ଼ା ପ୍ରତିଯୋଗିତାର ସମ୍ମୁଖୀନ ହୋଇଥିଲା। ଗତ ବର୍ଷ ଶେଷରେ ୟୁଟ୍ୟୁବ ଭାରତରେ ଅସୁବିଧାର ସମ୍ମୁଖୀନ ହୋଇଥିଲା। ସରକାରୀ କଲ୍ୟାଣକାରୀ ଯୋଜନା ବିଷୟରେ ମିଥ୍ୟା ଦାବି କରିବା ଏବଂ ମିଥ୍ୟା ଖବର ପ୍ରସାରଣ ପାଇଁ କମ୍ପାନୀକୁ ତିନୋଟି ଚ୍ୟାନେଲ ହଟାଇବାକୁ କେନ୍ଦ୍ର ସରକାର କହିଥିଲେ। ଏହି ତିନୋଟି ଚ୍ୟାନେଲକୁ ସରକାରଙ୍କ ପ୍ରେସ ଇନଫରମେସନ୍ ବ୍ୟୁରୋର ଫ୍ୟାକ୍ଟ ଚେକିଂ ୟୁନିଟ୍ ଦ୍ୱାରା ମିଥ୍ୟା ଏବଂ ବିଭ୍ରାନ୍ତିକର ତଥ୍ୟ ଘୋଷଣା କରାଯାଇଥିଲା।

Leave A Reply

Your email address will not be published.