Latest Odisha News

BREAKING NEWS

ଜରୁରୀକାଳୀନ ଅବତରଣ କଲା ମମତା ବାନାର୍ଜୀଙ୍କ ହେଲିକପ୍ଟର, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

କୋଲକାତା : ଜରୁରୀକାଳୀନ ଅବତରଣ କଲା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେଲିକପ୍ଟର । ଖରାପ ପାଗ ଯୋଗୁଁ ହେଲିକପ୍ଟରକୁ ଜରୁରୀକାଳୀନ ଅବତରଣ କରାଯାଇଥିବା ସୂଚନା । ଜରୁରୀକାଳୀନ ଅବତରଣ ସମୟରେ ସିଏମ ମମତା ବାନାର୍ଜୀ ସାମାନ୍ୟ ଆହତ ହୋଇଛନ୍ତି । ଆହତ କାରଣରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ଅଧିକାରୀଙ୍କ କହିବା ଅନୁସାରେ, ସିଲିଗୁରି ନିକଟ ସେଭୋକ ବିମାନ ବନ୍ଦରରେ ଖରାପ ପାଗ କାରଣରୁ ସିଏମଙ୍କ ହେଲିକପ୍ଟରକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା।

ଅଧିକାରିଙ୍କ କହିବା ଅନୁଯାୟୀ, ଜଲପାଇଗୁରିରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିବା ପରେ ମମତା ବାନାର୍ଜୀ ମଙ୍ଗଳବାର ମଧ୍ୟାହ୍ନରେ ବାଗଡୋଗ୍ରା ବିମାନ ବନ୍ଦର ଅଭିମୁଖେ ଯାଉଥିଲେ। ବାଇକୁନ୍ତପୁର ଜଙ୍ଗଲ ଦେଇ ଯାଉଥିବାବେଳେ ତାଙ୍କ ହେଲିକପ୍ଟର ଖରାପ ପାଗର ସମ୍ମୁଖିନ ହୋଇଥିଲା। ସେଠାରେ ପ୍ରବଳ ବର୍ଷା ହେଉଥିବା କାରଣରୁ ପାଇଲଟ ଜରୁରୀକାଳୀନ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ସେ ଅାହୁରି ମଧ୍ୟ କହିଛନ୍ତି ଯେ, ଏହି ଘଟଣା ପରେ ମମତା ବାନାର୍ଜୀ ବାଗଡୋଗ୍ରା ବିମାନ ବନ୍ଦରକୁ ସଡ଼କ ପଥରେ ଯାତ୍ରା କରି କୋଲକାତା ଫେରିଯିବେ ବୋଲି ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.